ହିନ୍ଦୋଳ ବିପଦପୂର୍ଣ୍ଣ ଭାବେ ରହିଛି ଦୁଇଟି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର !

ଢ଼େଙ୍କାନାଳ: ହିନ୍ଦୋଳ ଏନ୍ଏସି ର ୭ ନମ୍ବର ଓ୍ୱାର୍ଡ୍ ଗୋପାଳପୁର କନ୍ଧ ସାହି ଛକ ନିକଟରେ ବିପଦପୂର୍ଣ୍ଣ ଭାବେ ରହିଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର। ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଲୋକମାନେ ଯାତାୟତ କରିଥାଆନ୍ତି ଏବଂ ଛାତ୍ରଛାତ୍ରୀ ମାନେ ମଧ୍ୟ ସେହି ରାସ୍ତା ଦେଇ ଶିକ୍ଷା ଅଧ୍ୟୟନ କରିବାକୁ ସ୍କୁଲ କଲେଜ ଯାଆନ୍ତି। ସେହିପରି ସେହି ଏନ୍ଏସି ର ୭ ନମ୍ବର ଓ୍ୱାର୍ଡ୍ ଗୋପାଳପୁର ଗାଁ କୋଠଘର ପଛପଟେ ଓ ଆରତ ନାଏକଙ୍କ ଘରକୁ ଲାଗି ସଂକଟପୂର୍ଣ୍ଣ ଭାବେ ପଡି ରହିଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର । ଏହି ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ଵ ଆବଦ୍ଧ ହୋଇନଥିବାରୁ ଟିକିଏ ଅସାବଧାନତାରୁ ଲୋକଙ୍କ ଜୀବନହାନୀ ହେବାର ଆଶଙ୍କା ରହିଛି। ଏହି ମୁକୁଳା ଟ୍ରାନ୍ସଫର୍ମର ର ନିରାକରଣ ପାଇଁ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଯଦି ଏହି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗୁଡିକ ର ନିରାକରଣ ପାଇଁ ବିଦ୍ୟୁତ୍ ବିଭାଗ ତତ୍ପରତା ନଦେଖାଏ ଆଉ ଭବିଷ୍ୟତରେ କୈାଣସି ପ୍ରକାରର ଅଘଟଣ ଘଟେ ତେବେ ସେଥିପାଇଁ ବିଦ୍ୟୁତ୍ ବିଭାଗ ସଂପୂର୍ଣ୍ଣ ଦାୟୀ ରହିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

Leave A Reply

Your email address will not be published.

five × 2 =

08:41