*ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଖୋଲା ଆକାଶ ତଳେ ସହାୟତା ଅପେକ୍ଷାରେ ୪ ପରିବାର
*ନିଆଁକୁ ଆୟତ୍ତ କଲା ଖଜୁରୀଆକଟା ଅଗ୍ନିଶମ ବାହିନୀ
ଢ଼େଙ୍କାନାଳ: ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହିତ ଆସବାବପତ୍ର। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ଏବେ ଖୋଲା ଆକାଶ ତଳେ ସହାୟତା ଅପେକ୍ଷାରେ ଅଛନ୍ତି ୪ ପରିବାର। ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ହାତୁରା ପଞ୍ଚାୟତ ହରିଜନ ସାହିରେ। ବିଳମ୍ୱିତ ରାତିରେ ପାରିବାର ଲୋକେ ଘରେ ସୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ଘରେ ଥିବା ଧାନ ସହିତ ଘରର ସମସ୍ତ ଆସବାବ ପତ୍ର ନିମିଶକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଇଥିଲା। ତେବେ ଖଜୁରୀଆକଟା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି ପାରିବାରବର୍ଗ। ତେବେ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପାରିବାର ପକ୍ଷରୁ ନିବେଦନ କରାଯାଇଛି।