ବଜରଙ୍ଗ ଦଳର ଗୋରୁ ଚାଲଣକୁ ଅଟକ, ଥାନାକୁ ହସ୍ତାନ୍ତର !

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଜରଙ୍ଗ ଦଳ ସଦସ୍ୟମାନେ ଗତକାଲି ରାତ୍ର ୩ ଘଟିକାସମୟରେ ଗୋରୁଚାଲଣ କରୁଥିବା ଦଲାଲଙ୍କୁ ଅଟକ ରଖି ଥାନାରେ ହାଜର କରିଛନ୍ତି । ପ୍ରକାଶ ଯେ, ଗତକାଲିରାତ୍ର ୨ ଘଟିକାରେ ସଦାଶିବପୁର ଗ୍ରାମବାସୀ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଅମୂଲ୍ୟ ମଲ୍ଲିକଙ୍କୁ ଗୋରୁଚାଲଣ ଖବର ଦେଇଥିଲେ । ଖବର ପାଇ ଶ୍ରୀ ମ୍ଲଲିକ ସଦସ୍ୟମାନଙ୍କ ସହିତ ଯାଇ ରାତ୍ର ୩ ଟା ସମୟରେଭୋଜଦେଇପୁର ଗ୍ରାମ ନିକଟରେ ଜଗିବସିଥିବାବେଳେ ୮୦ବର୍ଷିୟା ବୃଦ୍ଧ ମହେଶ୍ୱର ମଲ୍ଲିକ ଓ ସାଥୀ ମଣିଆମଳିକ (୫୫), ଅଜୟ ରାଉତ (୫୨, ଗଗନ ମଳିକ (୪୨) ଏକ ଟାଟା ଏସି ଗାଡିରେ ଗୋରୁଙ୍କୁ ନେଉଥିବାସମୟରେ ଧରାପଡିଥିଲେ । ସେହି ଗାଡିରେ ୪ଗୋଟି ବଳଦକୁ ନିଷ୍ଠୁର ଭାବରେ ବନ୍ଧା ହୋଇଥିବାର ଦେଖିବଜରଙ୍ଗ ଦଳର କର୍ମକର୍ତାମାନେ ତାଙ୍କୁ କାବୁକରି ଥାନାକୁ ପଠାଇଛନ୍ତି । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁପରିଷଦ ଉପସଭାପତି ରତ୍ନଭୂଷଣ ସାହୁ, ବଜରଙ୍ଗ ଦଳ ନଗର ସଂଯୋଜକ ସୌମ୍ୟରଞ୍ଜନ ସିଂ, ଗୋରକ୍ଷାପ୍ରମୁଖ ସ୍ୱଦେଶ ପଟ୍ଟନାୟକ, ଓଡାପଡା ଗୋରକ୍ଷା ପ୍ରମୁଖ ରଶ୍ୱିନୀ କୁମାର ସାହୁଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ ବଜରଙ୍ଗକର୍ମୀ ଉପସ୍ଥିତ ରହି ଗୋଚାଲାଣକାରୀଙ୍କୁ ଧରିଥିଲେ । ଢେଙ୍କାନାଳ ଜିଲ୍ଲା ବଜରଙ୍ଗଦଳ ଆଇନ୍ ପରାମର୍ଶଦାତା ଆଡଭୋକେଟ୍ ପଦ୍ମଭୂଷଣ ସାହୁଙ୍କ ପରାମର୍ଶ କ୍ରମେ ଥାନାରେ ଏତଲା ଦିଆଯିବା ସହ ଗାଡି ଓ ଗୋରୁଙ୍କୁ ଥାନାଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା

Leave A Reply

Your email address will not be published.

one × two =