ହିନ୍ଦୋଳ ବନବିଭାଗ ର ବଡ ସଫଳତା : ଆକ୍ସନମୁଡରେ ହିନ୍ଦୋଳ ନୂତନ ବାହୁବଳୀ ରେଞ୍ଜର ଗୌତମ ପ୍ରଧାନ !

ଢ଼େଙ୍କାନାଳ: ହିନ୍ଦୋଳ ଉପଖଣ୍ଡରେ ବାରମ୍ବାର ହାତୀ ମୃତ୍ୟୁ, ହାତୀ ଆକ୍ରମଣରେ ସାଧାରଣ ଜନତାଙ୍କ ମୃତ୍ୟୁ , ବହୁ ସ୍ଥାନରେ ବାରହା ଶିକାର ପାଇଁ କରେଣ୍ଟ ବିଛା ଘଟଣା ପାଇଁ ଫରେଷ୍ଟ ଡିପାର୍ଟମେଣ୍ଟ ସାଧାରଣରେ ସମାଲୋଚନାର ଶିକାର ହେଉଥିଲା। ମାତ୍ର ଗତକାଲି ଜଙ୍ଗଲ ବିଭାଗର ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ବହୁ ଶୀକାରୀଙ୍କୁ ଗିରଫ କରି ସାଧାରଣ ଲୋକଙ୍କ ମନରେ ଜଙ୍ଗଲ ସଂରକ୍ଷଣର ଆଶା ସଂଚାର କରିଛନ୍ତି ନୂତନ ରେଞ୍ଜର ଗୌତମ ପ୍ରଧାନ ।ଘଟଣାରୁ ପ୍ରକାଶ ଯେ ଗତକାଲି ରେଞ୍ଜର ଗୌତମ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ , ପୃଥକ ପୃଥକ ଚାରୋଟି ଚଢାଉ କରି ଜଙ୍ଗଲ ମଧ୍ୟରେ ବନ୍ଧୁକ ଧରି ଶିକାର କରୁଥିବା, ବାରହା ଫାଶ ପକାଇ ଏବଂ ବିପଦ ଜନକଭାବେ ଜଙ୍ଗଲ ମଧ୍ୟରେ ବିଦ୍ୟୁତ ତାର ବିଛାଇ ଜଙ୍ଗଲୀ ଜନ୍ତୁ ଶିକାର କରୁଥିବା ବେଳେ କଂସରା ଗ୍ରାମର ଯୁଗଳ ବେହେରା, ହରିହରପୁର ଗ୍ରାମର ସନାତନ ସାହୁ, ପଡା ଗ୍ରାମର ଭାଗିରଥି ନାଏକ, ପାଟଲା ଗ୍ରାମର ଗିରିଶ ବେହେରା, ଜୟପଙ୍ଗା ଗ୍ରାମର ଚରଣ ଦେହୁରୀ, ଗୁଳେହି ଗ୍ରାମର ହରିହର ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଜଙ୍ଗଲ ବିଭାଗ । ନୂତନ ରେଞ୍ଜରଙ୍କ ଏ ଦୃଢ ପଦକ୍ଷେପ ପାଇଁ ଜଙ୍ଗଲ ମାଫିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

3 × four =