ଢ଼େଙ୍କାନାଳ : ଭୁବନ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ଠିକା କର୍ମଚାରୀ ଙ୍କ ଚାକିରୀ ସ୍ଥାୟୀ କରିବା ସହିତ ରାଜ୍ୟ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବା ନିମନ୍ତେ ସରକାରଙ୍କ ନିକଟରେ ଦାବି କରାଯାଇଛି । ଏଥି ପାଇଁ ଗତ ଜାନୁଆରୀ ମାସ ୨୯ ତାରିଖ ଠାରୁ ମିଳିତ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ଠିକା କର୍ମଚାରୀ ମାନେ ହୁବନେଶ୍ୱର ଲୋୟର ପି ଏମ ଜି ଠାରେ ଆନ୍ଦୋଳନ ଚଳାଇଛନ୍ତି । ଫଳରେ ଶିକ୍ଷକ ମାନେ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭୁବନ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ହିସାବ ରକ୍ଷକ ଭାବେ କାର୍ଯ୍ୟ କରୁଥିବା ତିନିଜଣ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଏହି ବ୍ଲକ ର ୧୧୮ ଜଣ ପ୍ରାଥମିକ ଶିକ୍ଷକ ସେମାନଙ୍କ ଦରମା ପାଇ ପାରୁନାହାନ୍ତି ।ହିସାବ ରକ୍ଷକ,ଏମ ଆଇ ଏସ କର୍ମଚାରୀ ମାନଙ୍କ ମୁଖ୍ୟ ଦାବି ହେଉଛି ଚାକିରୀ ସ୍ଥାୟୀ,ସପ୍ତମ ବେତନ କମିଶନ ଆଧାରରେ ଦରମା,୨୫ ପ୍ରତିଶତ ଇ ପି ଏଫ୍ କଟାଯିବା ବଦଳରେ ୧୨ ପ୍ରତିଶତ କଟାଯିବା ଓ ସରକାର ୧୩ ପ୍ରତିଶତ ଦିପୋଜିଟ ଦେବା, ରାଜ୍ୟ ଓ ଜିଲ୍ଲା ସ୍ତରରେ ଓସେପା କର୍ମଚାରୀ ଭାବେ ପାଉଥିବା ଦରମା ବ୍ଲକ ସ୍ତରରେ ଲାଗୁ କରାଯିବା,ସମାନ କାମକୁ ସମାନ ଦରମା ପ୍ରଦାନ କରିବା ଇତ୍ୟାଦି ରହିଛି । ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଚିଠି ନଂ ୨୫/୨୦୨୫ ତା ୬.୨.୨୦୨୫ ରେ କମିଶନର ତଥା ସଚିବ ଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ବିଧାୟକ ମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇ ଦାବି ପୂରଣ ପାଇଁ ନିବେଦନ କରୁଛନ୍ତି । ଏହି କ୍ରମରେ ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ତିନି ଜଣ ହିସାବ ରକ୍ଷକ ଉତ୍କଳ କୁମାର ସାହୁ,ମୋହନ ନାୟକ ଓ ସନ୍ତୋଷ ସାହୁ ଆଜି ମଙ୍ଗଳବାର ଦିନ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବା ସହ ଆସନ୍ତା ୧୩ ତାରିଖ ରୁ ଆରମ୍ଭ ହେଉଥିବା ବିଧାନ ସଭା ଅଧିବେଶନ ରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ନିବେଦନ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ଜେନା ନିଶ୍ଚିତ ଭାବେ ସମସ୍ୟା ସମାଧାନ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ।