ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଭିନ୍ନ ଶିଳ୍ପ ସଂସ୍ଥା ନିର୍ଧେଶlବଳି ପାଳନ ନକରିବା ଅଭିଯୋଗ ରେ ଦାବିପତ୍ର ପ୍ରଦାନ କଲେ ପୂର୍ବତନ ସାଂସଦ ମହେଶ ସାହୁ !
*ଅର୍ଥନୈତିକ ଅବରୋଧ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ମହେଶ *ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଶିଳ୍ପ ସଂସ୍ଥା ସ୍ଥାନୀୟ ନିଯୁକ୍ତି ଓ ପାଉଁଶ ପାଇଁ ଡ଼ମ୍ପିଙ୍ଗ ୟାର୍ଡ଼ ନିର୍ମାଣ ନକରିବା କାରଣ କଣ ?*ହିନ୍ଦୋଳ ଏନଏସି ୱାର୍ଡନଂ ୧୫ ରେ ଏକ ମୋବାଇଲ ଟାୱାର ବସାଇବା ପାଇଁ ମଧ୍ୟ ଦାବିପତ୍ର ପ୍ରଦାନ ଢ଼େଙ୍କାନାଳ-ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ସାଂସଦ ମହେଶ ସାହୁ ଆଜି ହିନ୍ଦୋଳ ଉପଜିଲ୍ଲାପାଳ ଓ ଏସଡିପିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥା ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ସମସ୍ୟା ପୂରଣ ନକରି ପ୍ରତିପତ୍ତି ଓ ରାଜନୈତିକ ବ୍ୟକ୍ତି ମାନଙ୍କ ପୃଷ୍ଠପୋଷକ ସାଜିଛନ୍ତି। ଅଞ୍ଚଳରେ ଥିବା ରୁଙ୍ଗଟା ଷ୍ଟିଲ, ଜିଏମଆର ଏନର୍ଜି, ଟାଟା ଷ୍ଟିଲ,ଏମଜିଏମ ଷ୍ଟିଲ, ନବଭାରତ, ରିମଝିମ ଇସ୍ପାତ, ନଭୋକ୍ରୋମ ପାୱାର & ଷ୍ଟିଲ ପ୍ରମୁଖ କମ୍ପାନୀ ଗୁଡିକ ପାଇଁ ସ୍ଥାନୀୟ ଅଧିବାସୀ ମାରାତ୍ମକ ରୋଗରେ ପଡିବା ସହ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା,ପାନୀୟଜ ଯୋଗାଣ,ନିଯୁକ୍ତିରେ ଅବହେଳା କରିବା ସହ ପରିବେଶ ପ୍ରଦୂଷଣ ରୋକିବାରେ ପଦକ୍ଷେପ ନନେବା,ପାଉଁଶ ପାଇଁ ଡ଼ମ୍ପିଙ୍ଗ ୟାର୍ଡ଼ ନିର୍ମାଣ ନକରିବା, ଭାରତ ସରକାରଙ୍କ କମ୍ପାନୀ ନିୟମ ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଧେଶlବଳି ପାଳନ ନକରିବା ଅଭିଯୋଗ କରି ଦାବିପତ୍ର ପ୍ରଦାନ କରିଛନ୍ତି ପୂର୍ବତନ ସାଂସଦ। ସେହିପରି ହିନ୍ଦୋଳ ଏନଏସି ୱାର୍ଡନଂ ୧୫ ଭଳି ଏକ ଉପାନ୍ତର ସ୍ଥାନରେ ତୁରନ୍ତ ଏକ ମୋବାଇଲ ତାୱାର ବସାଇବା ପାଇଁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି।କେବଳ ପ୍ରଭାବଶାଳି ନିର୍ବାଚିତ ପ୍ରତିନିଧି ଓ ବ୍ୟକ୍ତିଙ୍କ ପୋଷଣ ନୀତି ବନ୍ଦ କରିବା ସହ ଏହିସବୁ କମ୍ପାନୀ ଗୁଡିକ ଆଗାମୀ ଫେବୃଆରୀ ୨୨ତାରିଖ ସୁଦ୍ଧା ଜନସାଧାରଣଙ୍କ ମୌଳିକ ସମସ୍ୟା ଗୁଡିକ ସମାଧାନ କରିବାରେ ଯଦି ବିଫଳ ହୁଅନ୍ତି ତାହେଲେ ଜନସାଧାରଣଙ୍କ ହକ ପାଇଁ, ନ୍ୟାୟ ପାଇଁ ଆଗାମୀ ଦିନରେ ରାଜରାସ୍ତାକୁ ଉଲ୍ହାଇବା ସହ ବ୍ୟାପକ ଆନ୍ଦୋଳନ ପାଇଁ ପଛେଇବେନି ବୋଲି କହିଛନ୍ତି ଏବଂ ଦରକାର ପଡିଲେ ଅର୍ଥନୈତିକ ଅବରୋଧ ମଧ୍ୟ କରାଯିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ମହେଶ ସାହୁ। ଏଥିସହ ଜନସାଧାରଣଙ୍କ ମୌଳିକ ସମସ୍ୟା ଓ ସ୍ୱାର୍ଥଠାରୁ ଦୁରେଇ ରହୁଥିବା ହିନ୍ଦୋଳ ନିର୍ବାଚନମଣ୍ଡଳୀର ନିର୍ବାଚିତ ନେତା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ଏହି ସରକାର ମିଥ୍ୟା ଓ ପ୍ରବଞ୍ଚକ ସରକାର ଓ ଜନସାଧାରଣ ଏହାର ଜବାବ ଦେବେବୋଲି କହିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ।ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଜେଡିନେତା, ପୂର୍ବତନ ସାଂସଦ ମହେଶ ସାହୁଙ୍କ ସହିତ ହିନ୍ଦୋଳ ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ, କାଉନସିଲର ବିଷ୍ଣୁପ୍ରିୟା ନାଏକ, ସୁମତି ଦେହୁରୀ, ଶୁଭଲଷ୍ମୀ ଦେହୁରୀ, ଅନୁପମା ସାହୁ, ରିତାରାଣୀ ବେହେରା ପ୍ରମୁଖ ଆଠଜଣ ବିଜେଡି କାଉନସିଲର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ରାଜ୍ୟ ଯୁବବିଜେଡି ସମ୍ପାଦକ ଦେବିପ୍ରସାଦ ପଟ୍ଟନାୟକ,ଯୁବବିଜେଡି ଜିଲ୍ଲାସମ୍ପାଦକ ପ୍ରଶାନ୍ତ ଦାସ, ବିଜେଡି ସୂଚନା ସଂଯୋଜକ ଶ୍ରୀକାନ୍ତ ମହାପାତ୍ର, ଜିଲ୍ଲା ବିଜେଡି ସମ୍ପାଦକ ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା, ପୂର୍ବତନ କାଉନସିଲର ରମେଶ ସାହୁ, ବିଜେଡି ନେତା ଶୁଭେନ୍ଦୁ ଦାସ, ବିଜୟ ବେହେରା, କୈଳାଶ ବେହେରା,ଦେବାର୍ଚ୍ଚନ ଦେହୁରୀ, କୁନା ପ୍ରଧାନ, ରଞ୍ଜନ ବିଶ୍ୱାଳ, ବାବୁ ପଣ୍ଡା ପ୍ରମୁଖ ଶତାଧିକ ବିଜେଡି କର୍ମୀ କାର୍ଯ୍ୟକର୍ତ୍ତା ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।