ଢେଙ୍କାନାଳ: ସଦର ଥାନା ବଳଦିଆବନ୍ଧ ୫୫ନମ୍ବର ଜାତୀୟ ରାଜପଥରେ ଘରୋଇ କଲେଜ ଛାତ୍ରୀର ଝୁଲନ୍ତା ମୃତ ଦେହ ଉଧାର ହୋଇଥିବା ବେଳେ ଶବବ୍ୟବଛେଦ ପରେ ପରିବାର ଲୋକେ ଝିଅର ମୃତ ଦେହ ରଖି ନ୍ୟାୟ ପ୍ରତିବାଦ କରି ବଳଦିଆବନ୍ଧ ପଞ୍ଚାୟତ ପାଇକଦହିକୋର କଲେଜକୁ ଥିବା ରାସ୍ତା ସମ୍ମୁଖରେ ଶବ ରଖି ୫୫ ନଂ ଜାତୀୟ ରାଜପଥରେ ଅବରୋଧ କରିଛନ୍ତି । ଗତକାଲି ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା I ଆଜି ମୁଖ୍ୟ ଚିକିତ୍ସାଳୟଠାରେ ଶବ ବ୍ୟବଚ୍ଛେଦ ହେବାପରେ ଛାତ୍ରୀର ମୃତଦେହ ଆଣି ରାସ୍ତାରେ ରଖି ପରିବାର ଓ ସଂପକୀୟ ମାନଙ୍କ ଦ୍ବାରା କୁନି ଝିଅକୁ ନ୍ୟାୟ ଦାବିରେ କଲେଜ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡି ପ୍ରାୟ ୧ଘଣ୍ଟା ଧରି ଅଟକି ରହିଥିଲା । ଘଟଣା ସ୍ଥଳରେ ସଦର ଥାନା ପୋଲିସ ଓ ସଦର ଏସ୍ ଡିପିଓ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିବା ସହ ଗାଡ଼ି ମଟର ସ୍ୱାଭିବିକ ଭାବେ ଚଳ ପ୍ରଚଳ କରିଥିଲା । ମୃତ ଛାତ୍ରୀ ରାସୋଳ ଗ୍ରାମର ନିରଞ୍ଜନ ସାହୁଙ୍କ ଝିଅ ସୋମ୍ୟାପ୍ରିୟା ସାହୁ ବୋଲି ଜଣାପଡ଼ିଛି । ଛାତ୍ରି ମୃତ୍ୟୁର ରହସ୍ୟ ପୋଲିସ ତଦନ୍ତ କରୁଛି ।ତେବେ ତାଙ୍କୁ ନ୍ୟାୟ କେବେ ମିଳୁଛି ଓ ଦୋଷୀକୁ ଉଚିତ ଦଣ୍ଡ କେବେ ମିଳୁଛି ଦେଖିବାକୁ ବାକି ରହିଲା ।