ହିନ୍ଦୋଳ ପତ୍ରଫେଡ଼ି ଗାଁ ବିକାଶଠୁ ବାହୁ ଦୂରରେ ପାନୀୟ ଜଳ ପାଇଁ ଡହକ ବିକଳ ଲୋକା !

*ନଳକୂପ ନକଲେ ଗରା ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏମିତି ଅନେକ ସ୍ଥାନ ରହିଛି ଯାହାର ବିକାଶର ସ୍ବପ୍ନ ସ୍ବପ୍ନରେ ରହିଯାଇଛି। ପ୍ରତ୍ୟେକ ୫ବର୍ଷରେ ପଂଚାୟତ ଓ ସାଧାରଣ ନିର୍ବାଚନ ଆସେ, ଭୋଟ ଭିକ୍ଷା କରୁଥିବା ନେତା ପୁଳାପୁଳା ପ୍ରତିଶୃତି ଦିଅନ୍ତି ବିଚରା ନିରୀହ ଭୋଟର ବିଶ୍ୱାସରେ ଭୋଟ ଦିଅନ୍ତି ମାତ୍ର ନିର୍ବାଚନ ସରିଲାପରେ ନିର୍ବାଚିତ ନେତାଙ୍କର ପାଦ ପଡ଼େନି କୌଣସି ଅଞ୍ଚଳରେ, ବିଚରା ଭୋଟର ମନେ ଜାଣିପାରନ୍ତି ସେମାନେ ଠକାମୀରେ ପଡିଯାଇଛନ୍ତି ଏବଂ ପୁଣି ୫ବର୍ଷର ଅପେକ୍ଷା ରୁହେ। ତେବେ ପ୍ରଶ୍ନ ଉଠେ ଭୋଟ ହାତେଇଲାପରେ କାହିଁକି ଦେଖା ଦର୍ଶନ ମିଳେନି ନେତାଙ୍କର କାହିଁକି ଯଥାପୂର୍ବ ତଥାପର ଅବହେଳିତ ହୋଇ ରୁହେ ଅଞ୍ଚଳ। ତେବେ ଏହାର ଏକ ନିକଛ ଦୃଶ୍ୟ ଦେଖିବାକୁ ମିଳିଛି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ।ସରକାର ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ଆଜିବି ଅନେକ ଗାଁ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ଯାହାର ଜ୍ୱଳନ୍ତ ଉଦାହରଣ ମୁଗପାଟଣା ପତ୍ରଫଡି ସାହି।‌ ସୂଚନା ମୁତାବକ ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଈଶ୍ୱରାପାଳ ମୁଗପାଟଣା ସାହିରେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ମାତ୍ର ୨ ଗୋଟି ନଳକୂପ ରହିଛି। ଯାହାକି ସମୁଦ୍ରକୁ ଶଙ୍ଖେ ଭଳି। ମୁଗପାଟଣା ପତ୍ରଫଡି ସାହିରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ପରିବାର ପାଣି ମୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ଧରି ନଳକୂପ ଟିଏ ପାଇଁ ଯେତେ ଯାହାକୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ପତ୍ରଫଡି ସାହିବାସୀ ଅଭିଯୋଗ କରିବା ସହ ତୁରନ୍ତ ନଳକୂପ ଟିଏ ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି। ଯଦି ତାଙ୍କ ଦାବି ମୁତାବକ ନଳକୂପ ଟିଏ କରାନଯାଏ , ତେବେ ଆଗାମୀଦିନରେ ଗରା ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।ତେବେ ଦେଖିବାକୁ ବାକି ରହିଲା କେବେ ଦୃଷ୍ଟି ପଡୁଛି ନିର୍ବାଚିତ ନେତାଙ୍କର ଓ ପ୍ରଶାସନର ।

Leave A Reply

Your email address will not be published.

1 + two =