ଇନର ହୁଇଲ କ୍ଲବ୍ ର ୪୦ ତମ ସ୍ଥାପନ ସମାରୋହ ଅନୁଷ୍ଠିତ !

ଢେଙ୍କାନାଳ: ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଇନର ହୁଇଲ କ୍ଲବ୍ ର ୪୦ ତମ ସ୍ଥାପନ ସମାରୋହ ଗତ ୨୪ ତାରିଖରେପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆୟୁଷୀ ମହାପାତ୍ର ଓ ବିଶିଷ୍ଟଶିକ୍ଷାବିତ୍ ଡ଼. କନକ ମଞ୍ଜରୀ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ । ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରି ସଭାରଶୁଭାରମ୍ଭ କରାଯାଇଥିଲା । ପୂର୍ବତନ ସଭାନେତ୍ରୀ ଗାୟତ୍ରୀ ହିନ୍ଦୋଚା ନବ ନିର୍ବାଚିତ ସଭାନେତ୍ରୀ ମମତା ପୁହାଣଙ୍କୁ କଲାର ପିନ୍ଧାଇଶୁଭେଚ୍ଛା ଜଣାଇବା ସହିତ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହା ବ୍ୟତୀତ କ୍ଲବ୍ ର ଅନ୍ୟାନ୍ୟ ପୂର୍ବତନ ପଦାଧିକାରୀ ବୃନ୍ଦ ନବ ନିର୍ବାଚିତସମ୍ପାଦିକା ଆଇ. ରୂପା ରାଣୀ, ଅପର୍ଣ୍ଣା ରଥ, ଆଇଏସଓ ଶାଶ୍ୱତୀ ଦାସଗୁପ୍ତା ଓ ଅମିତା ଜୟସ୍ୱାଲ ଙ୍କୁ ଇନର ହୁଇଲ ପିନ୍ ପିନ୍ଧାଇ ପଦଭାର ଗ୍ରହଣ କରାଇ ଥିଲେ । ଇନର ହୁଇଲ କ୍ଲବକୁ ଅଧିକ ସଶକ୍ତ କରାଇବା ଏବଂ ସମାଜରେ ଗଠନାତ୍ମକ ଓ ଉନ୍ନୟନ ମୂଳକ କାର୍ଯ୍ୟକରିବା ନିମନ୍ତେ ସମସ୍ତେ ସଂକଳ୍ପ ବଦ୍ଧ ହୋଇ ଥିଲେ । ନବ ନିର୍ବାଚିତ ସମ୍ପାଦିକା ଆଗାମୀ ବର୍ଷର କାର୍ଯ୍ୟ ପନ୍ଥା ଉପରେ ଆଲୋକପାତକରିଥିଲେ । ଜରାୟୁ କର୍କଟ ରୋଗ ନିମନ୍ତେ ସମାଜରେ ସଚେତନତା ବୃଦ୍ଧି, ନଅ ବର୍ଷରୁ ଜରାୟୁ କର୍କଟ ପ୍ରତିଷେଧକ ଟୀକା ପ୍ରଦାନ,ବରିଷ୍ଠ ନାଗରିକ ଓ ଅନାଥ ପିଲାଙ୍କ ଯତ୍ନ ଓ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଅଧିକ ଧ୍ୟାନ ଦିଆଯିବ ବୋଲି ନବ ନିର୍ବାଚିତ ସଭାନେତ୍ରୀକହିଥିଲେ । ସମ୍ମାନିତ ଅତିଥି ଓ କ୍ଲବ୍ ଏଡିଟର ଅପର୍ଣ୍ଣା ରଥଙ୍କ ଦ୍ୱାରା ଇ-ବୁଲେଟିନ ଉନ୍ମୋଚିତ ହୋଇ ଥିଲା । ସସ୍ମିତା ମହାନ୍ତି କ୍ଲବ୍ ରନୂଆ ସଦସ୍ୟା ଭାବେ ଶପଥ ଗ୍ରହଣ କରିଥିଲେ । ଉତ୍ସର୍ଗୀକୃତ ସେବା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ କର୍ମୀବିଜୟଲକ୍ଷ୍ମୀ ପ୍ରଧାନ ଓ ଲିଙ୍ଗରାଜ ଦଳାଇଙ୍କୁ ଏହି ଅବସରରେ ସମ୍ମାନିତ କରା ଯାଇଥିଲା । ଉପ ସଭାନେତ୍ରୀ ରିତିକା ଅନୁଭୂତି ଧନ୍ୟବାଦଅର୍ପଣ କରିଥିଲେ । ରୋଜାଲିନ ସ୍ୱାଇଁ ଓ ଶାଶ୍ୱତୀ ଦାସଗୁପ୍ତା ମଂଚ ପରିଚାଳନା କରିଥିଲେ । କ୍ଲବ୍ ର ସଦସ୍ୟା ଜୟଲକ୍ଷ୍ମୀ ଦାସ, ସରିତାଅଗ୍ରୱାଲ, ପ୍ରତିମା ସିହ୍ନା, ଅଳକାନନ୍ଦା ସିଂହଦେଓ, ଗୀତାଞ୍ଜଳି ନନ୍ଦ, ମଧୁଛନ୍ଦା ପୃଷ୍ଟି, ଶ୍ରଦ୍ଧା ଅଗ୍ରୱାଲ, ସସ୍ମିତା ଆଚାର୍ଯ୍ୟ, ଈଶ୍ୱରୀଝାୱର, ସସ୍ମିତା ଶତପଥୀ, ତୃପ୍ତି ନନ୍ଦ, ଉଷା ଅଗ୍ରୱାଲ, ଖୁସବୁ, ସଂଧ୍ୟାରାଣୀ ମହାପାତ୍ର, ଶୁଭଦର୍ଶିନୀ ରାଉତ, ମିସ ଦୀପାଳୀଦିବ୍ୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

3 × 4 =