ରିଲସ୍ କରୁଥିବା ବେଳେ ବ୍ରାହ୍ମଣୀ ନଦୀ ବ୍ରିଜ ଉପରୁ ତଳକୁ ପଡି ଯୁବତୀ ଗୁରୁତର !

ଢେ଼ଙ୍କାନାଳ : ଏବେ ଯୁବପୀଢ଼ିଙ୍କୁ ଲାଗିଛି ରିଲସ୍ ନିଶା,ରିଲସ୍ କରିବା ପାଇଁ ବିପଦ ସଙ୍କୁଳ ସ୍ଥାନ ମଧ୍ୟ ଛାଡ଼ୁ ନାହାନ୍ତି ଯୁବପୀଢ଼ି,ଏପରି ଏକ ବିପଦପୂର୍ଣ୍ଣ ଦେଖିବାକୁ ମିଳିଛି ।ସୂଚନା ମୁତାବକ ଢେ଼ଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ବ୍ରାହ୍ମଣୀ ନଦୀ ନିକଟରେ ବ୍ରିଜ ଉପରେ ଠିଆହୋଇ ରିଲସ୍ କରୁଥିବା ବେଳେ ନଦୀ ତଳକୁ ଖସିପଡି ଜଣେ ଯୁବତୀ ଗୁରୁତର,ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର ହୋଇ ଗୁରୁତ୍ୱର ଭାବେ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କାଯାଇଥିଲା । ଗୁରୁତର ଯୁବତୀ ଜଣକ ହେଲେ ତରଭା ଗ୍ରାମର କାମଦେବ ନାୟକଙ୍କ ୧୯ ବର୍ଷୀୟା ଝିଅ ଅମ୍ବିକା ନାୟକ ବୋଲି ଜଣାପଡିଛି । ସମ୍ପର୍କୀୟ ସହିତ ବନ୍ଧୁ ଘରୁ ଗାଁକୁ ଫେରୁଥିବା ସମୟରେ ବ୍ରିଜ ଉପରେ ଠିଆ ହୋଇ ରିଲସ୍ କରୁଥିବା ସମୟରେ ନଦୀ ତଳକୁ ଖସପଡି ଥିଲେ । ଯାହା ଦ୍ବାରା ଯୁବତୀ ଜଣକ ଗୁରୁତର ଭାବେ ଉଦ୍ଧାର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

18 − thirteen =