ଢ଼େଙ୍କାନାଳ : ଭୁବନ ଅଞ୍ଚଳର ବହୁଚର୍ଚ୍ଚିତ ପୁତୁରା ଷ୍ଟିଲ ପାଇପ ମାଡରେ ମାଉସା ମୃତ ଘଟଣାର ମୁଖ୍ୟଅଭିଯୁକ୍ତ ହାପି ପରିଡ଼ା କୁ କାବୁ କରିବାରେ ସକ୍ଷମ ହେଇଛି ଭୁବନ ପୋଲିସ। ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮(ଆଠଟା) ଟା ସମୟରେ ନୂଆଭୁବନ ଛକରେ ଥିବା ଏକ ଷ୍ଟୀଲ ଦୋକାନରେ ମିସ୍ତ୍ରୀ ଭାବରେ କାର୍ଯ୍ୟରତ ଥିବା ଯୁବକ ହାପିକୁ, ମଉସା ସୁଶାନ୍ତ ଏକ ବାଇକ୍ ଯୋଗେ ଆସି ଗାଳି ଗୁଲଜ କରିଥିଲେ। ଉତ୍ତ୍ୟକ୍ତ ହୋଇ ହାପି ଏକ ଷ୍ଟୀଲ ପାଇପରେ ସୁଶାନ୍ତଙ୍କ ପଛପଟ ମୁଣ୍ଡକୁ ପିଟି ଦେଇଥିଲା। ସଙ୍ଗେ ସଙ୍ଗେ ସେଠାରେ ପଡ଼ିଯାଇଥିଲେ ସୁଶାନ୍ତ ।ଏତିକିରେ ମଧ୍ୟ ରାଗ ଶାନ୍ତ ହୋଇନଥିଲା ହାପିଁର । ତାପରେ ମଧ୍ୟ ମାଡ଼ ମାରି ଚାଲିଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ସେଠାରୁ ଉଦ୍ଧାର କରି ସୁଶାନ୍ତଙ୍କୁ ଭୁବନ ଡାକ୍ତରଖାନାକୁ ନିଆଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିଲା। ଢେଙ୍କାନାଳରେ ଶନିବାର ସକାଳୁ ମୃତ୍ୟୁ ହୋଇଯାଇଥିଲା । ସେବେଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଭୁବନ ପୋଲିସ କୁ ଆଜି ସଫଳତା ମିଳିଛି । କଟକ ଛତ୍ର ବଜାର୍ ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିବା ଅଭିଯୁକ୍ତ ହାପିକୁ ୭୨ ଘଣ୍ଟା ମଧ୍ୟରେ କଟକ ପୋଲିସ ସହାୟତାରେ ଗିରଫ କରି ଭୁବନ ପୋଲିସ ଥାନାକୁ ଆଣି ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ମନସ୍ମିତା ମହାନ୍ତି ସୂଚନାରୁ ଜଣାପଡିଛି ।