ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଫୁଟବଲ ପଡ଼ିଆରେ ୧୮ ଫେବୃଆରୀ ରୁ ଚତୁର୍ଥ ନାସର ଅହମଦ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଅଛି, ଆଠଗୋଟି ଫୁଟବଲ୍ ଟିମ୍ ଏଥିରେ ଭାଗ ନେଇଛନ୍ତି।୨୪ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବ।ଉଦଘାଟନ ସମାରୋହ ରେ ଗୁଣ୍ଡିଚାପଡ଼ା ପୁର୍ବତନ ଗ୍ରାମ ସଭାପତି ଶ୍ରୀଯୁକ୍ତ ମିନକେତନ ସାହୁ, ସାରଳା କ୍ଲବ ଗୁଣ୍ଡିଚାପଡ଼ାର କୋଚ୍ ତଥା ପୁର୍ବତନ ଖେଳାଳୀ ମହିଉଦ୍ଦିନ ଖାଁ ଯୋଗ ଦେଇଥିଲେ।ପ୍ରଥମ ଦିନର ମ୍ୟାଚ ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା ଏବଂ ଖୁଣ୍ଟକଟା ସ୍ପୋର୍ଟସ କ୍ଲବ୍ ମଧ୍ୟରେ ହୋଇଥିଲା। ଖେଳର ଦିତୀୟ ହାଫରେ ଖୁଣ୍ଟକଟା ଘନାଘନ ଆକ୍ରମଣ କରିଥିଲା ତଥା ୨ ଗୋଟି ଗୋଲ ସ୍କୋର କରି ବିଜୟୀ ହୋଇଥିଲା।ଆଜିର ଏହି ମ୍ୟାଚ ଟିକୁ ମୁଖ୍ୟ ଅନିଲ ନନ୍ଦ, ଅମୁଲ୍ୟ ସାମଲ ତଥା ମନୋଜ କୁମାର ସେଠୀ ପରିଚାଳନା କରିଥିଲେ।