ଢେଙ୍କାନାଳ ଜିଲ୍ଲା ପ୍ରଥମ ସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟସେର୍ସା ରାଞ୍ଚି କୁ ହରାଇ ସୋଲାର କଟକ ସେମି ଫାଇନାଲରେ !
ଢେଙ୍କାନାଳ: ଢେଙ୍କାନାଳର ପ୍ରୟାସ ଅନୁଷ୍ଠାନ ପକ୍ଷରୁ ସ୍ଥାନିୟ ମୁଖ୍ୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଥିବା ପ୍ରଥମସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟ ପ୍ରତିଯୋଗିତାର ସୋମବାର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ସେର୍ସା ରାଂଚୀକୁ ୫ୱିକେଟରେ ହରାଇ କଟକର ସୋଲାର କ୍ରିକେଟ କ୍ଲବ ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଏହିମ୍ୟାଚରେ ସେର୍ସା ରାଂଚୀ ଦଳ ଟସ୍ରେ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୧୫ରନ କରି ଦଳର ସମସ୍ତଖେଳାଳି ଆଉଟ୍ ହୋଇଯାଇଥିଲେ । ଦଳ ପକ୍ଷରୁ ଅମନ କୁମାର ୨ଟି ଛକା ଓ ୧ଟି ଚୌକା ସହ ୨୩ ବଲରୁ ୨୬ରନ ସଂଗ୍ରହକରିଥିଲେ । ସୋଲାର ପକ୍ଷରୁ ଅଙ୍କିତ କର ଜୟସ୍ୱାଲ ୪ ଓଭରରେ ୧୪ରନ ଦେଇ ୩ଟି ୱିକେଟ ନେଇଥିଲେ । ଅଭିଷେକ ସିଂହ୪ ଓଭରରେ ୨୦ରନ ଦେଇ ୩ଟି ୱିକେଟ ନେଇଥିଲେ । ଜବାବରେ ସୋଲାର କ୍ଲବ ୧୭.୪ ଓଭରରେ ୫ ୱିକେଟ ହରାଇ୧୧୬ରନ କରି ବିଜୟୀ ହୋଇଥିଲେ । ବିଜୟୀ ଦଳ ପକ୍ଷରୁ ନଟରାଜ ବେହେରା ୨୩ଟି ବଲରୁ ଗୋଟିଏ ଛକା ଓ ୩ଟି ଚୌକାସହ ୩୪ରନ ସଂଗ୍ରହ କରିଥିଲେ ଓ ସମ୍ବିତ କୁମାର ବେଜ୍ ମଧ୍ୟ ୩ଟି ଚୌକ ଓ ଗୋଟିଏ ଛକା ସହ ୩୪ଟି ବଲରୁ ୩୮ରନ ସଂଗ୍ରହକରିଥିଲେ । ସେର୍ସା ରାଂଚୀ ପକ୍ଷରୁ କୁଲଦିପ ଶର୍ମା ୩ ଓଭର ବୋଲିଂ କରି ୧୫ରନ ଦେଇ ୨ଟି ୱିକେଟ ନେଇଥିଲେ । ବିଜୟୀସୋଲାର କ୍ଲବ ପକ୍ଷରୁ ଅଙ୍କିତକର ଜୟସ୍ୱାଲ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଏହି ମ୍ୟାଚକୁ ଆମ୍ପାୟାରସୁମେନ୍ଦ୍ର ପାତ୍ର ଓ ବିଭୁ ପ୍ରସାଦ ଚୌଧୁରୀ ପରିଚାଳନା କରିଥିଲେ । ଜିତେନ୍ଦ୍ର କୁମାର ସେନାପତି ସ୍କୋରର ଥିଲେ । ସନ୍ଦିପ ପଣ୍ଡାଧାରା ବିବରଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗ ଦେଇଥିବା ବେଳେସମ୍ମାନିତ ଅତିଥି ଭାବେ ଭୁବନ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜିତ କୁମାର ବେହେରା ଯୋଗ ଦେଇଥିଲେ । ଏହି ଅବସରରେଜିଲାର ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳୀ ଭରତ ରଞ୍ଜନ ଦାସ ଓ ରଘୁନାଥ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମ୍ୟାଚକୁଏମଜେ ମହିମା, ରଞ୍ଜିତ ବିଶାଳ, ଅଭିମନ୍ୟୁ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମଙ୍ଗଳବାର ମ୍ୟାଚରେରାଇଜିଂ ଷ୍ଟୁଡେଂଟ କଟକ ଦଳ, ଫରେଷ୍ଟ-୧୧ ଛତିଶଗଡକୁ ଭେଟିବ ।