ଶେଖ ନାସେର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ !

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା କ୍ରିକେଟ ପଡ଼ିଆ ଠାରେ ଜୟ ବଜରଙ୍ଗ ବଳି କ୍ରିକେଟ କ୍ଲବ୍ ଦ୍ୱାରା ଶେଖ୍ ନାସେର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଅଛି।ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ସିମିନଇ କ୍ରିକେଟ କ୍ଲବ୍ ଏବଂ ବଉଳପୁର କ୍ରିକେଟ କ୍ଲବ୍ ମଧ୍ୟରେ ହୋଇଥିଲା,ସିମିନଇ କ୍ରିକେଟ ଦଳର ଅଧିନାୟକ ରାଜେଶ୍ କୁମାର ରାଉତ ଏବଂ ବଉଳପୁର କ୍ରିକେଟ ଦଳର ଅଧିନାୟକ ସହଦେଵ ସାହୁ ନିଜ ନିଜ ଦଳର ନେତୃତ୍ବ କରିଥିଲେ।ତେବେ ଏଥିରେ ବଉଳପୁର କ୍ରିକେଟ ଦଳ ଚାମ୍ପିଅନ ହୋଇଛି। ଉଦ୍‌ଯାପନୀ ମ୍ୟାଚରେ ସିମିନଇ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୬୬ ରନ ସଂଗ୍ରହ କରିଥିଲା। ଜବାବରେ ବଉଳପୁର କ୍ରିକେଟ କ୍ଲବ୍ ୧୧ ଓଭର ୪ ଟି ବଲରେ ବିଜୟୀ ହୋଇଥିଲା। ଏହି ଖେଳକୁ ଅମ୍ପାୟର ହଲିମ ଉଦ୍ଦିନ ଖାଁ ଓ ଶେଖ୍ ଅଜମତ ପରିଚାଳନା କରିଥିଲେ। କମେଣ୍ଟ୍ରି ଶ୍ରୀମନ ଋତଦୀପ କରିଥିଲେ।ବଉଳପୁର କ୍ରିକେଟ ଖେଳାଳୀ ଲକି ବାବୁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ସିମିନଇ କ୍ରିକେଟ ଦଳର କାଠିଆ ବାବୁ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି। ପୁରସ୍କାର ବିତରଣ ସଭାରେ ପୁର୍ବତନ ଖେଳାଳୀ ମହିଉଦ୍ଦିନ ଖାଁ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

Leave A Reply

Your email address will not be published.

twenty + one =