ଖମାର ଗ୍ରାମରେ ବନ୍ଦ କୋଠରୀରୁ ବାପା,ଝିଅ ଓ ନାତିଙ୍କ ମୃତଦେହ ଉଦ୍ଧାର !

ଢେଙ୍କାନାଳ ସଦର : ଢେଙ୍କାନାଳ ସଦର ଥାନା ଖମାର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମରେ ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତଦେହ ଠାବ କରାଯାଇଛି । ସେମାନେ ବାପା, ଝିଅ ଏବଂ ନାତି । ତିନିଜଣ ଯାକ ଘରେ ୨ଟି କୋଠରୀରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ୩ ଦିନ ହେବ ମୃତ୍ୟୁ ହୋଇ ଯାଇଥିଲାରୁ ମୃତଦେହରୁ ଦୃଗନ୍ଧ ବାହାରୁଛି । ଖବର ପାଇ ସଦରଥାନା ପୋଲିସ ଗ୍ରାମରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ମୃତର କାରଣ ଅସ୍ପଷ୍ଟ ରହିଛି । ମୃତ ୩ ଜଣ ବାପା ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଦାସ ଓ ନାତି ସନ୍ତୋଷ ଦାସ । ଦୁଃଖର କଥା ସେହି ଘରେ ମଧ୍ୟ ୩ଦିନ ହେବ ଶଙ୍କର୍ଷଣଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ଦାସ ରହିଥିଲେ । ପୁଷ୍ପାଞ୍ଜଳୀ ମଧ୍ୟ ମୃତ୍ୟୁର ବିଷୟରେ କୌଣସି ସଠିକ୍ କଥା କହିପାରୁ ନାହାଁନ୍ତି । ମୁଁ ଗ୍ରାମବାସୀଙ୍କୁ ଜଣାଇଛି, ହେଲେ ଗ୍ରାମବାସୀ ମାନେ କେହି ଶୁଣି ନାହାଁନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଗ୍ରାମର କୌଣସି ଅନୁଷ୍ଟାନିକ କାର୍ଯ୍ୟରେ ପରିବାର ଲୋକେ ଯୋଗ ଦେଉ ନ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ମୃତଦେହ ଗୁଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ସଦର ପୋଲିସ । ଏହାକୁ ନେଇ ଏକ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

2 + eight =