ଢେଙ୍କାନାଳ: ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ଗ୍ରାମପଂଚାୟତର ୧୦ଟି ଗ୍ରାମ ଓ ପଡୋଶୀ ଗ୍ରାମର ଲୋକମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତଙ୍କର ନିଷ୍ପତି କ୍ରମେ କାନଖାଇ ମୌଜାରେ ହେବାକୁ ଥିବା ମଦ ଦୋକାନକୁ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଏକଦରଖାସ୍ତା ଦେବା ପାଇଁ ଅଦ୍ୟ ଧୀରପାଟଣା ଗ୍ରାମ ପଂଚାୟତରେ ପହଁଚି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ପ୍ରଦାନ କରିଥିଲେ । ପ୍ରକାଶ ଯେ, ଗତକିଛିଦିନ ତଳେ ସଚେତନ ନାଗରିକ ମଂଚର ସ୍ଥାନୀୟ ବାଲୁଙ୍କେଶ୍ୱର ଦେବ ମଣ୍ଡପ ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତବୈଠକରେ ଗ୍ରାମପଂଚାୟତର ଉନ୍ନତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, କୃଷି ଓ ସାମାଜିକ ବିଧ୍ୟ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଉକ୍ତବୈଠକରେ ପଂଚାୟତର ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ସମାଜସେବୀ ତତା ୮୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ । ବାଲିବୋଗ୍ରାମପଂଚାୟତ ଅଧିନ କାନଖାଇ ମୌଜାରେ ଏକ ମଦ ଦୋକାନ ଖୋଲିବାକୁ ସରକାରଙ୍କ ତରଫରୁ ଅନୁମତି ମିଳୁଥିବା ନେଇ ଉକ୍ତ ବୈଠକେର ଆଲୋଚନାହୋଇଥିଲା । ଏହି ଆଲୋଚନାରେ ମଦ ଦୋକାନ ଖୋଲିଲେ ଗ୍ରାମପଂଚାୟତର କୌଣସି ଉନ୍ନତି ହୋଇପାରିବ ନାହିଁ ବରଂ ରାହାଜାନୀ, କଳହ, ହିଂସା,ଅତ୍ୟାଚାର, ଅନ୍ୟାଚାର ଓ ବ୍ୟଭିଚାରର ପରିଭାଷା ପାଇଁ ରାସ୍ତା ପରିଷ୍କାର ହେବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଥିଲେ । ତେଣୁ ସର୍ବସମ୍ମତି କ୍ରମେଏହାକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନକୁ ଅବଗତି କରାଇବା ପାଇଁ ସ୍ଥାନୀୟ ବାଲିବୋ ସରପଂଚ ଓ ସ୍ଥାନୀୟ ବିଧାୟକଙ୍କୁ ଏକ ଦରଖାସ୍ତଦିଆଯାଇଥିଲା । ଏହାକୁ ନେଇ ଅଂଚଳବାସୀ ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହି ଅଭିଯୋଗ ପ୍ରଦାନ ବେଳେ ସ୍ଥାନୀୟ ସରପଂଚଶୁଭସ୍ନିଗ୍ଧା ବାରିକଙ୍କ ସହିତ ବାଲିବୋ ଗ୍ରାମବାସୀ ବିନୋଦ କୁମାର ସ୍ୱାଇଁ, ଗୋକୁଳାନନ୍ଦ ବାରିକ୍, ସନାତନ କର, ଗଣେଶ୍ୱର ସ୍ୱାଇଁ, ରବି ସେଠି, କାନଖାଇଗ୍ରାମର ଆନନ୍ଦ କୁମାହ ସାହୁ, ପବିତ୍ର କୁମାର ସାହୁ, ଦୁର୍ଯ୍ୟୋଧନ ସାହୁ, ବିଶ୍ୱନାଥ ବେହେରା, ମନୋଜ ଦେହୁରୀ, ଟିଟୁନ୍ ସାହୁ, ସରୋଜ କୁମାର ବେହେରାଙ୍କସମେତ ଶତାଧିକ ଅଂଚଳବାସୀ ଯୋଗଦେଇଥିଲେ