ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର !

ଢେଙ୍କାନାଳ : ସଦର ଥାନା ବଳଦିଆବନ୍ଧ ପଞ୍ଚାୟତର ପାଇକ ଦହିକୋର ନିକଟରେ ଥିବା ଏକ ଘରୋଇ କଲେଜର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସୂଚନା ମୁତାବକ ରାସୋଳ ଗ୍ରାମର ନିରଞ୍ଜନ ସାହୁଙ୍କ ଝିଅ ସୋମ୍ୟାପ୍ରିୟା ସାହୁ ପାଇକଦହିକୋର ନିକଟରେ ଥିବା ଏକ ଘରୋଇ କଲେଜରେ +୨ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ସଂପକିୟଙ୍କ ବାହାଘର ପାଇଁ ଘରକୁ ଯାଇଥିଲେ । ମୃତା ସୋମ୍ୟାଙ୍କ ବାପା ଗୁରୁବାର ଦିନ ଝିଅକୁ କଲେଜରେ ଛାଡି ଘରକୁ ଫେରିଥିଲେ । ହେଲେ ସନ୍ଧ୍ୟାରେ ଘରକୁ ଫୋନ ଆସିଥିଲା ଝିଅ ଅସୁସ୍ଥ ଅଛି ଶୀଘ୍ର ଆସନ୍ତୁ । ଏଥିପାଇଁ ବାପା ପହଞ୍ଚିବାପରେ ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏକ ଉତେଜନାପୁର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । କଲେଜ କତୃପକ୍ଷ ଝିଅକୁ ମାରିଦେଇ ଟଙ୍ଗେଇ ଦେଇଥିବା ବାପା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

nine − two =