ଭୁବନ ଜାଇକା କେନାଲ ପରିଦର୍ଶନ କଲେ ତାମିଲନାଡୁ ଦଳ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ରେଙ୍ଗାଲି କେନାଲ ଦ୍ଵାରା ଉପକୃତ ହେଉଥିବା ଚାଷୀ ମାନଙ୍କ ଜମିକୁ କିଭଳି ସୁଚାରୁ ରୁପେ ଜଳ ପହଞ୍ଚିପାରୁଛି କି ନାହିଁ ସେ ନେଇ ଜଳସଂପଦ ବିଭାଗ ତାମିଲନାଡୁ ନିର୍ଦ୍ଦେଶ କ୍ରମେ ୬ଜଣ ବିଭାଗୀୟ ଇଂଜିନିୟର କ୍ଷେତ୍ର ପରିଦର୍ଶନ କରିବା ଭୁବନ ଜଳ ସେଚନ କୃଷକ ତାଲିମ କେନ୍ଦ୍ର ପରିସରରେ ଚାଷୀଙ୍କ ଭାବ ବିନିମୟ କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଭୁବନ ଶାଖା କେନାଲର ଜିରୋ ପଏଣ୍ଟ କୁ ପରିଦର୍ଶନରେ ଯାଇଥିଲେ । ଏହି ଟିମରେ ଚେନ୍ନାଇ ସ୍ପେଶାଲିଷ୍ଟ ଇଂଜିନିୟର ନାଗାର୍ଜୁନ , ନିର୍ବାହୀ ଯନ୍ତ୍ରୀ ଏନ ମଙ୍ଗାୟକର୍ଷୀ ଟ୍ରିଚି ର ଡାଇରେକ୍ଟର ଇଂଜିନିୟର ପି ଜେଗାନ , ଏସ ପି ନେତାଜୀ ଅଶୋକ, ପି ରାଜେନ୍ଦ୍ରପ୍ରସାଦ, ଡକ୍ଟର ବିଜୟରାମ । ଏହି ଟିମକୁ ଓଡ଼ିଶା ର ମହାନଦୀ ଦ୍ଵାରା ଜଳ ସେଚନ ଓ ବ୍ରାହ୍ମଣୀ ନଦୀର ଜଳସେଚନ ପ୍ରକଳ୍ପ ସଂପର୍କରେ ଅନୁଧ୍ୟାନ କରିବାକୁ ଆସିଥିଲେ । ତୃତୀୟ ଦିନରେ ରେଙ୍ଗାଲି ଜଳସେଚନ ପ୍ରକଳ୍ପ,ସୁକିନ୍ଦା ମୁଖ୍ୟଯନ୍ତ୍ରୀଙ୍କ ଅଧିନସ୍ଥ ଭୁବନ ଜଳ ସଂପଦ ବିଭାଗର କୃଷକ ତାଲିମ କେନ୍ଦ୍ର ପରିସର ରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନ ସୁକିନ୍ଦା ଅଞ୍ଚଳ ରେ ୪୫ଟି ପାଣି ପଞ୍ଚାୟତ ଗଠନ କରାଯାଇଛି । ଏହି ପାଣି ପଞ୍ଚାୟତ ର ଗଠନ , କାର୍ଯ୍ୟକାରିତା, ଚାଷ ଜମି ର ତଳ ମୁଣ୍ଡ କୁ କିଭଳି ପାଣି ପହଞ୍ଚିଛି, ଖରିଫ ଓ ରବି ଋତୁ ରେ ଜମି କୁ ପାଣି କିଭଳି ଯୋଗାଯାଉଛି, କେଉଁ ପ୍ରକାର ଫସଲ ଅମଳ କରାଯାଉଛି , କେତେ ପରିମାଣ ର ଲାଭ କେଉଛି । କଣ କଣ ଅସୁବିଧା ହେଉଛି ସେ ସଂପର୍କ ରେ ଆଲୋଚନା କରାଯାଇଥିଲା । ଆଲୋଚନା ରେ ମା ସିଦ୍ଧ ରାମଚଣ୍ଡି ପାଣି ପଞ୍ଚାୟତ ର ସଂପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।ମୁଖ୍ୟଯନ୍ତ୍ରୀ ଶ୍ୱେତ କୁମାର ଜାଲି , ସହକାରୀ ମୁଖ୍ୟଯନ୍ତ୍ରୀ ଅଜୟ କୁମାର ଜେନା,ଭୁବନର ଅଧିକ୍ଷଣ ଯନ୍ତ୍ରୀ ଦୁଖୁ କିଷ୍କୁ ମଞ୍ଚାସିନ ଥିଲେ । ପାଣି ପଞ୍ଚାୟତ ସମୂହ ପକ୍ଷରୁ ହସ୍ତତନ୍ତ ଦିବସରେ ଖଦୀ ଗାମୁଛା ପ୍ରଦାନ କରାଯାଇଥିଲା। ଜଳ ଓ ଭୂମି ପରିଚାଳନା ସଂସ୍ଥାର ଜଏଣ୍ଟ ଡାଇରେକ୍ଟର ଚନ୍ଦ୍ର ଶେଖର ସେଠୀ, ଟିମ ଲିଡର ପ୍ରଦ୍ୟୁମ୍ନ କୁମାର ମିଶ୍ର ପି ଏମ ଆଇ ର ପ୍ରଶାନ୍ତ ପ୍ରଧାନ ଚାଷୀ ମାନଙ୍କ ଙ୍କ ଭାବ ବିନିମୟ ରେ ସହଯୋଗ କରିଥିଲେ । ଓଡ଼ିଶା ରେ ନଦୀ ଜଳ କେନାଲ ଦ୍ଵାରା ଚାଷୀ ଙ୍କୁ ମିଳୁଥିବା ବେଳେ ତାମିଲନାଡୁ ରେ ଛୋଟ ଛୋଟ ବନ୍ଦ ଦ୍ଵାରା ଜଳ ସଂରକ୍ଷଣ କରାଯାଇ ଜଳ ସେଚନ କରାଯାଉଛି ବୋଲି ତାମିଲନାଡୁ ପ୍ରତିନିଧି କହିଥିଲେ। ଚାଷୀ ପ୍ରତିନିଧି ରମା ସାହୁ, ତପନ କୁମାର ନାୟକ, ରମେଶ ଚନ୍ଦ୍ର ସାହୁ, ସମସ୍ତ ବିଷୟରେ ପ୍ରଶ୍ନୋତ୍ତର କରିଥିଲେ । ଚାଷୀ ହୃଷୀକେଶ ସାହୁ ସଙ୍ଗୀତ ମାଧ୍ୟମ ରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

5 × two =

18:12