ବିଶ୍ୱ ମଗ୍‌ଜି ଦିବସ ପାଳିତ !

ଢ଼େଙ୍କାନାଳ : ଢେଙ୍କାନାଳ ମଗଜି ପ୍ରେମୀଙ୍କ ଦ୍ୱାରା ପବିତ୍ର ମକର ସଂକ୍ରାନ୍ତି ତଥା ଢେଙ୍କାନାଳର ଆରାଧ୍ୟ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଦୁର୍ଲ୍ଲଭ୍ଲ ଭ ନାଗାଭରଣବେଶ ଅବସରରେ ମହାପ୍ରଭୁଙ୍କୁ ଏହି ସ୍ୱାଦିଷ୍ଟ ମିଠା ସମର୍ପଣ କରି ପୂର୍ବାହ୍ନରେ ରୀତିନୀତିରେ ପୂଜାର୍ଚ୍ଚନା କରିବା ସହ ଭକ୍ତ ମାନଙ୍କୁ ମଗଜି ବଂଟନକରାଯାଇ ବିଶ୍ୱ ମଗଜି ଦିବସ ପାଳନ ହୋଇଥିଲା । ସେହିପରି ଅପରାହ୍ନରେ ଢେଙ୍କାନାଳ ଟାଉନ ହଲ ପରିସରରେ ଢେଙ୍କାନାଳ ଅଧିବାସୀ ଓ ଢେଙ୍କାନାଳମିଠା ଦୋକାନୀ ସଂଘର ମିଳିତ ଆନୁକୂଲ୍ୟରେ ବିଶ୍ୱ ମଗ୍‌ଜି ଦିବସ ପାଳନ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଏହି ମଗ୍‌ଜି ମିଠା ଓ ଏହାର ସ୍ୱାଦ ନିଆରା କହିବା ସହଆଗାମୀ ଦିନରେ ଏହାର ପ୍ରସାରପ୍ରଚାର କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମତରଖିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲାବାଣିଜ୍ୟ ସଂଘର ସଭାପତି ରାଜେନ୍ଦ୍ର ଦାସ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ବରିଷ୍ଠ ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ବରିଷ୍ଠସାମ୍ବାଦିକ ପ୍ରଦ୍ୟୁମ୍ନ ରଥ, ଡ. ଦିବ୍ୟ ସୁନ୍ଦର କର, ପୂର୍ବତନ ନଗରପାଳ ସୁନୀଲ ଶର୍ମା ପ୍ରମୁଖ ଉପସ୍ଥିତ ରହି ଏହି ନିଆରା ପ୍ରୟାସ ପାଇଁ ଆୟୋଜନ କମିଟିକୁପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମଗ୍‌ଜି ମହୋତ୍ସବ ତଥା ମଗ୍‌ଜି ଦିବସ ପାଳନ କମିଟିର ଆବାହକ ଇଂ ସୌମ୍ୟବ୍ରତ ସାହୁ ପରିଚାଳନା କରିବାସଙ୍ଗେ ସଙ୍ଗେ ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବା ସହିତ ଢେଙ୍କାନାଳିଆ ବୋଲି ଏହା ବିଶ୍ୱରେ ଆଉ ଏକ ପରିଚୟ ମିଳିଛି ବୋଲିଗର୍ବର ସହ କହିଥିଲେ । ଢେଙ୍କାନାଳ ମିଠା ଦୋକାନୀ ସଂଘର ସଭାପତି ଜୟପ୍ରକାଶ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଘର ହୃଷିକେଶସାହୁ, ବଳରାମ ସାହୁ, ପ୍ରସନ୍ନ କୁମାର ସାହୁ, ପ୍ରସିତ କୁମାର ସାହୁ, ସୋମନାଥ ସାହୁ, ଶିବାନନ୍ଦ ସାହୁ, ସସିକାନ୍ତ, ମନୋଜ ସାହୁ, ଯଶବନ୍ତ ସାହୁ,ଜ୍ୟୋତିରାମ ସିଂ, ପ୍ରଦୀପ ବେହେରା ଏବଂ ଜିଲ୍ଲା ମିଠା ଦୋକାନୀ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବରିଷ୍ଠ କବିଶତ୍ରୁଘନ ମାଟି ମଂଚ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ଜିତେଶ କୋଟାକ ଧନ୍ୟବାଦ ଅର୍ପଣ କରିଥିଲେ ।ଢେଙ୍କାନାଳ ମଗଜି ମଇଷି ଖିର ଓ ଘିଅରୁ ପ୍ରସ୍ତୁତ ହୋଇଥାଏ । ମଇଁଷି ଖିରରେ ପ୍ରସ୍ତୁତ ଛେନାରେ ଚିନି ଓ ଗୁରୁରାତି ମିଶାଇ ଏହି ମଗଜି ଲଡୁପ୍ରସ୍ତୁତ କରାଯାଏ । ଏଥିରେ ପାଣି ବ୍ୟବହାର କରାଯାଉ ନଥିବାରୁ ପ୍ରସ୍ତୁତ ପରେ ଏହି ମଗଜି ଲଡୁ ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରହିଥାଏ । ମଗଜି ଲଡୁରଇତିହାସ ପ୍ରାୟ ୬୦୦ ବର୍ଷରୁ ପୁରୁଣା । ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକର ଷଡଙ୍ଗୀ ଅଂଚଳରେ ବହୁଳ ପରିମାଣରେ ମଗଜି ଲଡୁ ପ୍ରସ୍ତୁତ କରାଯାଇଥାଏ । ଗତ ୭ା୧୨ା୨୦୨୦ରେ ଢେଙ୍କାନାଳ ସହର ମୀନାବଜାରସ୍ଥିତ ଢେଙ୍କାନାଳ ସୁଇଟ୍ ଆସୋସିଏସନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ ମାନ୍ୟତାପ୍ରଦାନ କରିବା ପାଇଁ ଦରଖାସ୍ତ ନମ୍ବର-୭୨୪ରେ ଆବେଦନ ପତ୍ର ଦାଖଲ କରି ଏହାକୁ ପଞ୍ଜିକୃତ କରାଯାଇଥିଲା । ଓୟୁଏଟି ସହଯୋଗରେ ଏହାକୁଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ପାଇଁ ନିୟମ ଅନୁଯାୟୀ ବିଭିନ୍ନ ପାହାଚ ଅତିକ୍ରମ କରିଥିଲା । ଗତ ୨୦୨୩ ଅଗଷ୍ଟ ୩୧ରେ ଜିଓଗ୍ରାଫିକାଲ ଇଣ୍ଡିକେସନଜର୍ନାଲରେ ଏହା ପ୍ରକାଶିତ ହୋଇଥିଲା । ଏହି ଜର୍ନାଲର ନମ୍ବର ରହିଥିଲା ୧୭୮ । ଏହାପରେ ଗତ ୧ା୯ା୨୦୨୩ରେ ଏହା ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁଅନ୍ତିମ ପର୍ଯ୍ୟାୟରେ ପହଁଚିଥିଲା । ଜିଓଗ୍ରାଫିକାଲ ଇଣ୍ଡିକେସନ ଜର୍ନାଲରେ ସ୍ଥାନ ପାଇବାର ୩ମାସ ମଧ୍ୟରେ କୌଣସି ଅଭିଯୋଗ ଓ ବିରୋଧ ନହେବାପରେଏହାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବ ବୋଲି ସେହି ସମୟରେ ସୂଚନା ଦିଆଯାଇଥିଲା । ଏ ସଂକ୍ରାନ୍ତରେ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଡ. ବିମଳେନ୍ଦୁ ମହାନ୍ତି ବହୁତ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

17 − thirteen =