ଅଶ୍ବଖୋଲା ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଉଦଯାପିତ !

ଢ଼େଙ୍କାନାଳ: ଗଁଦିଆ ବ୍ଳକ୍ ର ଅଶ୍ବଖୋଲା ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ବରଦାର ବାର୍ଷିକ ଉତ୍ସବ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବକିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ତଥା ସୁସାହିତ୍ୟିକ ଭିକାରୀ ଚରଣ ରାଉତ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀମାନ‌ଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଉପରେ ଦିଗ୍ ଦର୍ଶନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟ,ପ୍ରକୃତି ବନ୍ଧୁ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଛାତ୍ରୀଛାତ୍ରମାନ‌ଙ୍କୁ ମଣିଷ ପରି ମଣିଷ‌‌‌ ହେବା ପାଇଁ ସୁପରାମର୍ଶ ଦେଇଥିଲେ। ପିତା ମାତାଙ୍କ ସ୍ବପ୍ନକୁ ସାକାର କରିବାକୁ ହେଲେ ନିୟମିତ କଠିନ ପରିଶ୍ରମ କରି ନିଜର ,ପରିବାରର ଓ ବିଦ୍ୟାଳୟର ନାମ ରଖିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦିପ୍ତିମୟୀ ବେହେରା ଉପସ୍ଥିତ ହୋଇ ବିଦ୍ୟାଳୟର ଅତୀତ ଗାରିମାକୁ ବର୍ଣନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପଞ୍ଚସଖା ଶିକ୍ଷା ସେତୁର ସଭାପତି ବନ ବିହାରି ସାହୁ ଉପସ୍ଥିତ ହୋଇ ଭାଷା ଶିକ୍ଷଣ ଶୈଳୀ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପାଇଁ ନୈତିକ ଶିକ୍ଷା ଜରୁରୀ ବୋଲି ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇ ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ପରିବେଶକୁ ରକ୍ଷା କରିବାପାଇଁ ଔଷଧୀୟ ଚାରା ରୋପଣ କରିବା ପାଇଁ ସୁପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇ ବିଶିଷ୍ଟ ଶିକ୍ଷାବିତ୍ ତଥା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ମୂଲ୍ୟବୋଧ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଅନନ୍ତ ଚରଣ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଅନନ୍ତ ଚରଣ ଜେନାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସରୋଜିନୀ ନାୟକ,ରଙ୍ଗଲତା ଭୂୟାଁ,ଶିକ୍ଷକ ଚକ୍ରଧର ଭୋଇ ଓ କାର୍ଯ୍ୟାଳୟ ସହାୟକ ବିକାଶ କୁମାର ନାୟକ ଓ କର୍ମଚାରୀ ଦୀପକ କୁମାର ବରାଳ ସହଯୋଗ କରିଥିଲେ। ଚାମ୍ପିଅନ ଭାବେ ଶୁଭଙ୍କର ନାଥ,ପ୍ରଜ୍ଞା ପ୍ରିୟଦର୍ଶିନୀ ବାରିକ ସର୍ବଶ୍ରେଷ୍ଠ ଛାତ୍ରୀ ଭାବେ ନିକିତା ବେହେରା,ସର୍ବଶ୍ରେଷ୍ଠ ଛାତ୍ର ଭାବେ ସନ୍ଦୀପ କୁମାର ନାଥଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଅନ୍ଯ କୃତି ଛାତ୍ରୀ,ଛାତ୍ରମାନ‌ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଛାତ୍ରୀ,ଛାତ୍ରମାନ‌ଙ୍କ‌‌‌ ଦ୍ବାରା ନାଟକ ଓ ନୃତ୍ୟ ପରିବେଷଣ କରାଯାଉଥିଲା।ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିକୃତିରେ ପୁଷ୍ପ,ଧୂପ ଅର୍ପଣ,ପ୍ରଦୀପ ପ୍ରଜ୍ବଳନ,ମଙ୍ଗଳାଚରଣ ଗାନ,ବେଦପାଠ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ଗରୁମା,ଗୁରୁଜୀମାନଙ୍କ ମାର୍ଗଦର୍ଶନ ତଥା ନେତୃତ୍ୱରେ ବିଦ୍ୟାଳୟରର ଛାତ୍ରୀ, ଛାତ୍ରମାନେ ସାମୁହିକ ମଙ୍ଗଳାଚରଣ ଗାନ, ବେଦପାଠ, ପରିଶେଷରେ ଶାନ୍ତିପାଠ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଜନସାଧାରଣ ଉପସ୍ଥିତ ହୋଇ ଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ରଙ୍ଗଲତା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

18 − seven =