ଢେଙ୍କାନାଳ: ଓଡିଶା ସଂଗୀତ ନାଟକ ଏକାଡ଼େମୀ ଓ ପ୍ରାଚୀନ କଳା କେନ୍ଦ୍ର, ଚଣ୍ଡିଗଡ ସହିତ ସହ ଅନୁବନ୍ଧିତ ଭୁବନ ର ମୀରାବାଇ କଳାବିକାଶ କେନ୍ଦ୍ର ଆଜିଠାରୁ ତିନିଦିନ ଧରି ବାର୍ଷିକ ଉତ୍ସବ ପାଳନ କରୁଛି। କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୂଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଅଞ୍ଚଳରେ କଳାର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବାର ପ୍ରତିଶୃତି ଦେଇଥିଲେ। ମୁଖ୍ଯବକ୍ତା ଭାବେ ରାଜ୍ଯ ଲୋକକଳା ଉପସଭାପତି ଶ୍ରୀଯୁକ୍ତ ଅବନୀ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ନାଟ୍ୟ ନିର୍ଦ୍ଦେଶକ ଶତ୍ରୁଘ୍ନ ମାଟି, କାଉନସିଲର ସୁଶାନ୍ତ ନାୟକ, ମନମୋହନ ସାହୁ, ଭୁବନ ବ୍ଲକ ଲୋକକଳା ଉପସଭାପତି ଅଶୋକ ସାମଲ ଯୋଗଦେଇଥିଲେ। କଳାର ବିକାଶ ପାଇଁ ତଥା କଳାକାର କାରଖାନା ଭାବରେ ପରିଚିତ ମୀରାବାଇ କଳାବିକାଶ କେନ୍ଦ୍ର ୧୧ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଭାସ ମିଳନ ଗୀତିନାଟ୍ୟ ପରିବେଷଣ କରାଯାଇଥିବା ବେଳେ ଭୁବନ ବ୍ଲକ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ଲୋକକଳା ପରିବେଷଣ କରିଥିଲେ । ଶେଷରେ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଭଗବାନ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।