ଢ଼େଙ୍କାନାଳ: ଭୁବନ କୃଷକ ସମାଜ ତରଫରୁ ୨୮ ତମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଭାରତୀୟ କିଶାନ ସଂଘ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଶ୍ରୀନିବାସ ଉଦଘାଟନୀ ଉତ୍ସବରେ ଯୋଗଦେଇ ଜୈବିକ ଚାଷ ଓ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ବ ଦେଇ ଆଗକୁ ଯିବା ପାଇଁ ଆହ୍ବାନ ଦେଇଥିଲେ । ସହରାଞ୍ଚଳ କୃଷକ ମାନଙ୍କୁ ସି ଏମ କିଶାନ,ପି ଏମ କିଶାନ ରେ ସାମିଲ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା । କୃଷକ ସମାଜ ସଭାପତି ବାସୁଦେବ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆୟୁଷୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି କ୍ଷେତ୍ରରେ ମହିଳା ଚାଷୀ ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । କୃଷକ ସମାଜ ର ପୂର୍ବତନ ସଭାପତି ଦିଲ୍ଲୀପ କୁମାର ଦାସ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଉପସଭାପତି ଶ୍ରୀଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ରେ ଜିଲ୍ଲା କୃଷି ଅଧିକାରୀ ବିମ୍ବାଧର ସାହୁ ,ବ୍ଲକ କୃଷି ଅଧିକାରୀ ଭଗ୍ୟଧର ସାହୁ ଚାଷୀ ମାନଙ୍କୁ ତୈଳବୀଜ ଫସଲ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶତାଧିକ ଅଗ୍ରଣୀ ଚାଷୀ ଯୋଗଦେଇଥିଲେ ।