ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ହିନ୍ଦୋଳ ବ୍ଲକ୍ ଗାଲପଡା ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି। ଦିବା ୧୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗାଲପଡା ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୧୬୧ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା। ଏବଂ ସେଥିମଧ୍ୟରୁ ବ୍ୟକ୍ତିଗତ ଭାବରେ ୧୪୪ଟି,ଗ୍ରାମୀଣ ଅଭିଯୋଗ ୧୪ଟି,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍ ପାଇଁ ୩ଟି ଅଭିଯୋଗର ସମାଧାନ କରାଯାଇଥିଲା। ଜଣଙ୍କୁ ରେଡ଼କ୍ରସ୍ ଫଣ୍ଡ ପାଇଁ ୨୦ ହଜାର ଟଙ୍କା ସହାୟତା କରାଯାଇଥିଲା। ଏହି ଜନଶୁଣାଣୀ ଅଭିଯୋଗ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ପିଡି,ହିନ୍ଦୋଳ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ଗାଲପଡା ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।