ହିନ୍ଦୋଳ ଡିହସାହି ମକରପୀଠ ଠାରେ ନିରାଡମ୍ବରେ ପାଳିତ ହେଲା ମକର ମହୋତ୍ସବ !

ଢ଼େଙ୍କାନାଳ : ହିନ୍ଦୋଳ ବ୍ଳକ୍ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ଡିହସାହି ମକରପୀଠ ଠାରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଜାକଜମକରେ ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ କଳସଯାତ୍ରା , ସୂର୍ଯ୍ୟପୂଜା, ହୋମ ଆରମ୍ଭ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ କରାଯାଇଥିଲା। ଏଥିରେ ଆଖପାଖର ଲୋକମାନଙ୍କ ସହ ବିଭିନ୍ନ ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ। ଏହାକୁ ସରସ ସୁନ୍ଦର କରିବା ପାଇଁ ସନ୍ଧ୍ୟା ସମୟରେ ଗ୍ରାମର କୁନି କଳାକାରମାନେ ସେମାନଙ୍କର ନୃତ୍ୟ ପରିବେଷଣ କରିଥିଲେ। କଳାକାରମାନଙ୍କ ନୃତ୍ୟରେ ମୁଗ୍ଧ ହୋଇ ପଞ୍ଚାୟତ ସରପଞ୍ଚ ରଣଜିତ ପ୍ରଧାନ ଏବଂ ଏଚଡି ଫୁଡ୍ କୋର୍ଟର ମାଲିକଙ୍କ ସମେତ ଗ୍ରାମର ମୁଖିଆମାନେ ପୁରସ୍କୃତ ପ୍ରଦାନ କରିଥିଲେ। ସେହିପରି ଗଣ୍ଡାନାଳୀ ଗ୍ରାମର କ୍ଷେତ୍ରପାଳ ସାହି ନିକଟରେ ଥିବା ପ୍ରଭୁ କ୍ଷେତ୍ରପାଳଙ୍କ ପୀଠରେ ମଧ୍ୟ ନିରାଡମ୍ବର ଭାବେ ମକର ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଞ୍ଚଳର ଲୋକମାନଙ୍କ‌ ସମେତ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ। ପଞ୍ଚାୟତ ସରପଞ୍ଚ ସୁନିଲ୍ କୁମାର୍ ସ୍ୱାଇଁ ଓ ଗ୍ରାମର ମୁଖିଆମାନେ ଉପସ୍ଥିତ ରହି ମହାଆଡମ୍ବର ସହକାରେ ମକର ମହୋତ୍ସବ ପାଳନ କରିଥିଲେ।

Leave A Reply

Your email address will not be published.

3 × 1 =