ଭାପୁରରେ ନୂତନ ବ୍ଳକ ପାଇଁଁ ୨ୟ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଛଦେଶ ଭାପୁର ବ୍ରିଜ ନିକଟରେ ଥିବା ହରିହର ଆଶ୍ରମ ଠାରେ ମିଳିତ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨ଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସହ ଛଦେଶର ବହୁ ମାନ୍ୟଗଣ ବ୍ୟକ୍ତି,ଜିଲ୍ଲାପରିଷଦ ସଭ୍ୟ,ସମିତି ସଭ୍ୟ,ଓ୍ବାର୍ଡ ସଭ୍ୟ,ବୁଦ୍ଧିଜୀବିଙ୍କ ଆହ୍ବାନ କ୍ରମେ ଗତ ୧୩ ତାରିଖରେ ଭାପୁର ବ୍ରିଜ ନିକଟ ହରିହର ଆଶ୍ରମ ପ୍ରଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟକାରୀ ସଦସ୍ୟ ଗଠନ କରା ଯାଇଥିଲା। ଏହି ସଭାର ସମାପ୍ତି ପରବର୍ତ୍ତି ରବିବାର ଦିନ ୧୨ ଘଟିକା ସମୟରେ କାର୍ଯ୍ୟକାରୀ ସଦସ୍ୟଙ୍କୁ ନେଇ ନୂତନ ବ୍ଳକ ଗଠନ ନିମନ୍ତେ କାର୍ଯ୍ୟଧାରା ପ୍ରସ୍ତୁତି କାର୍ଯ୍ୟଭାର ର ଦାୟୀତ୍ବ ପ୍ରଦାନ ସହ ଛଦେଶର ଓକିଲ,ଅବସରପ୍ରାପ୍ତ ଶିକ୍ଷକ, ସମାଜସେବୀ, ରାଜନୀତିଜ୍ଞ ବୁଦ୍ଧିଜୀବି,ସଦର ବ୍ଳକ ଅଧିନ ୮ ଟି ପଞ୍ଚାୟତ ଓ ଓଡାପଡାର ୪ଟ ପଞ୍ଚାୟତରୁ ପ୍ରାୟ ୫୦ଜଣ କାର୍ଯ୍ୟକାରୀ ସଦସ୍ୟ ଏକାଠି ହୋଇ ସରକାରଙ୍କ ପାଖରେ ଭାପୁରରେ ନୂତନ ବ୍ଳକ ପାଇଁ ଲକ୍ଷ ଧାର୍ଯ୍ୟ ରଖି ଅଣ୍ଟା ଭିଡିଛନ୍ତି। ଛଦେଶ ଅଞ୍ଚଳରେ ସଦର ବ୍ଳକର ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିବା ସହ ଓଡାପଡାର ୪ଟି ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ଅଗ୍ରଗତି ବଦଳରେ ଅବନତି ହୋଇଛି ବୋଲି ସଭାରେ ଆଲୋଚନା କରିଥିଲେ।ଏଥିପାଇଁ ସରକାର ଦୃଷ୍ଟି ଦେଉ ନଥିବା ଓ ପ୍ରୟ ୨୫ କିମି ସଦର ବ୍ଳକର ଦୂରତ୍ବ ଥିବାବେଳେ,ଓଡାପଡା ବ୍ଳକର ଦୂରତ୍ବ ୫୦ କିମି ଦର୍ଶାଯାଇ ସରକାରୀ କାର୍ଯ୍ୟ ଉପରେ ବାଧା ସୃଷ୍ଟି ଓ ସଧାରଣ ଲୋକ ବ୍ଳକ ଯାଇ କୌଣସି କାର୍ଯ୍ୟ କରିପାରୁ ନଥିବା ସଭାରେ ଆଲୋଚନା କରିଥିଲେ।ଆସନ୍ତା ବଜେଟ୍ ଅଧିବେଶନ ସମୟରେ ମୂଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପଠାଯିବା ପାଇଁଁ ସ୍ଥିର କରାଯାଇଛି ।

Leave A Reply

Your email address will not be published.

3 × one =