ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ୩୫୩ ଜଣ ଛାତ୍ରୀଙ୍କୁ ନୁଆ – ଓ ବୃତ୍ତି ପ୍ରଦାନ !

ଢ଼େଙ୍କାନାଳ – ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ – ଓ ନବୀନ ଓଡ଼ିଶା ଆନୁକୁଲ୍ୟରେ ୩୫୩ ଜଣ ଛାତ୍ରୀ ୧୦ ହଜାର ଟଙ୍କା ଲେଖାଏଁ ଶିକ୍ଷା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାତ୍ର ବୃତ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବର୍ଣ୍ଣନା କରିବା ସହ ଏହା ଦ୍ବାରା ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେନାହିଁ ଓ ଏକ ବିକଶିତ ଓଡ଼ିଶା ଗଠନ ରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ପୂର୍ବତନ ପରିଚାଳନା କମିଟି ସମ୍ପାଦକ ଦେବବ୍ରତ ପୃଷ୍ଟି ଯୋଗଦେଇ ଏହି ବୃତ୍ତି ଆର୍ଥିକ ଅନଗ୍ରସର ଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଏକ ମାଧ୍ୟମ ଓ ବରଦାନ ବୋଲି କହିଥିଲେ । ଅଧ୍ୟାପିକା ଡଃ ମମତା ପାତ୍ର ଙ୍କ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ନିରଞ୍ଜନ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ୩୫୩ ଜଣ ଯୋଗ୍ୟ ବିବେଚିତ ଛାତ୍ରୀ ଙ୍କୁ ଅନୁଦାନ ପତ୍ର ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.

8 − 2 =