ଢ଼େଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ: ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେ଼ଙ୍କାନାଳ ର ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିର ଜାତୀୟ ପଲିଶ୍ରି ମେଳା ମହିଷlପଟ ପଡିଆ ଢେ଼ଙ୍କାନାଳ ରେ ଉଦଘାଟିତ ହେଇ ଯାଇଚି । ଏହି ଶିବିରକୁ ଅଧ୍ୟକ୍ଷା ଡ ଶକୁନ୍ତଳା ଜେନା ଉଦଘାଟନ କରିଥିବା ବେଳେ ଏହାକୁ ଜାତୀୟ ସେବା ଯୋଜନା କlର୍ୟକମ ଅଧିକାରୀ ଶ୍ରୀ ପଙ୍କଜ ବାରିକ୍ ପରିଚାଳନା କରିଥିଲେ ଏବଂ ଡ ଶିଶିର କୁମାର ସେଠୀ , ଡ ଅନିତା ବେହେରା, ଡ ସିଦ୍ଧାର୍ଥ ରାମ , ଡ ଜିତେନ୍ଦ୍ର ବେହେରା, ଗୋକୁଳନନ୍ଦ ମହାପାତ୍ର, ତାପସ ଦାସ ସହଯୋଗ କରିଥିଲେ । ୧୭ ଅକ୍ଟୋବର ରୁ ଆରମ୍ଭ ହେଇଥିବା ଏହି ଶିବିର ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଅଛି । ଏହି ସ୍ଵତନ୍ତ୍ର ଶିବିର ରେ ସ୍ବେଛାସେବୀ ମାନଙ୍କ ଦ୍ଵାରା ବିଭିନ୍ନ କର୍ଯ୍ୟକମ କରିବାର ଅଛି ଯଥା : ସଫେଇ , ଜଳଛାତ୍ର , ବୃଦ୍ଧ, ଗର୍ଭବତୀ, ଶିଶୁ ତଥା ଶାରୀରିକ ବିକଳାଙ୍ଗ ମାନଙ୍କ ସେବା, ଯୋଗ ଶିବିର ଆୟୋଜନ, ଶାରୀରିକ, ମାନସିକ ଏବଂ ସାମାଜିକ ସ୍ତରରେ ବ୍ୟକ୍ତିତ୍ଵ ବିକାଶ ପାଇଁ ବିଭିନ୍ନ ସାମାଜିକ, ଶିକ୍ଷା , ସ୍ବାସ୍ଥ୍ୟ ଭିତ୍ତିକ ସଚେତନତା ଧର୍ମି ନାଟକ ପରିବେଷଣ ଏବଂ ସଚେତନତା ରାଲି କରିବାର କର୍ୟକମ୍ ସ୍ଥିର ହୋଇଅଛି। ଏଥିରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନଙ୍କର ସହଯୋଗ ରହିଅଛି।

Leave A Reply

Your email address will not be published.

17 − 10 =