ଭୁବନ ତୈଳୀକ ସମାଜର ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ସ୍ଥିତ ଶ୍ରୀ ଶ୍ରୀ କୃଷ୍ଣ ମୋହନ ଜିୟୁ ତୈଲିକ ବୈଶ୍ୟ ସମାଜ ତରଫରୁ ଲକ୍ଷ୍ମୀ ନାରାୟଣ ପୂଜା ନୂଆଭୁବନ ଠାରେ ମାହା ସମାରୋହରେ ପାଳିତ ହୋଇଛି । ମହାମାୟା ମହାଲକ୍ଷ୍ମୀ ମହାପ୍ରଭୁ ନାରାୟଣଙ୍କ ବଡପୂଜା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଦ୍ୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ବିଧାୟକ ଶତ୍ରୁଘ୍ନ ଜେନା ଉପସ୍ଥିତ ରହିଥିଲେ । ପୂର୍ବତନ ସଭାପତି ଜଗବନ୍ଧୁ ପୃଷ୍ଟି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ସଂପାଦକ ନୃସିଂହ ଚରଣ ସାହୁ , କ୍ଷୀରୋଦ ସାହୁ, କାଲାନ୍ଦି ସାହୁ, କ୍ଷେତ୍ରବାସୀ ପୃଷ୍ଟି, ବନବିହାରି ପୃଷ୍ଟି, ଦୁର୍ଯ୍ୟଧନ ସାହୁ, ଯୁବ ବାହିନୀ ସଭାପତି ପ୍ରକାଶ ଚନ୍ଦ୍ର ପୃଷ୍ଟି, ଉପସଭାପତି ଅମ୍ବୁଜ ସାହୁ, ସଂପାଦକ ଦୀପକ ପୃଷ୍ଟି,, ସହ ସଂପାଦକ ତ୍ରିଲୋଚନ ସାହୁ, ବିପିନ ସାହୁ ବିଷ୍ଣୁ ଚରଣ ସାହୁ, ଜଗବନ୍ଧୁ ସାହୁ, ବଳରାମ ସାହୁଙ୍କ ସହ ଶତାଧିକ ଯୁବ କର୍ମୀ ଯୋଗ ଦେଇଥିଲେ । ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ କୁବେର ଧର୍ମଶାଳା ଠାରେ ବିଧାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଂପାଦକ ବେଣୁଧର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷାବିତ୍ ହୃଷୀକେଶ ସାହୁ ଅତିଥି ପରିଚୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଅକାଲୁ ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ । ଧରଣୀଧର ସାହୁ କର୍ତ୍ତା ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

fourteen − 11 =