ନୂଆ ଅଁଳାବେରେଣୀ ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ୍ କ୍ଲବ୍  ୨୩ ତମ  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ !

ଢ଼େଙ୍କାନାଳ : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ପଞ୍ଚାୟତ ର ନୂଆ ଅଁଳାବେରେଣୀ ଗ୍ରାମରେ ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ୍ କ୍ଲବ୍ ତାର ୨୩ ତମ ଗ୍ରାମାଞ୍ଚଳିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।  ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇ ଥିଲେ ସେଥି ମଧ୍ୟରୁ ଦୁଇଗୋଟି ଦଳ ସାଆଁନ୍ଦା ଏବଂ ବାରୁଆଁ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ ।  ବରୁଆଁ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୩.୨ ଉଭର୍ ରେ ସମସ୍ତ ୱିକେଟ୍ ହରାଇ ୯୨ ରନ୍ ସଂଗ୍ରହ କରିଥିବା ବେଳେ ଏହାର ଜବାବ୍  ରେ ସାଆଁନ୍ଦା ୧୧ ଓଭର ରେ ମାତ୍ର ଗୋଟିଏ ଉଇକେଟ୍ ହରାଇ ବିଜୟୀ ହୋଇଥିଲା ।ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇଥିଲେ ଓ ସନ୍ମାନିତ ଅତିଥି   ଗନ୍ଧର୍ବସେନ୍ ମହାରଣା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ  କରିଥିଲେ ।ଏହି  ଟୁର୍ଣ୍ଣାମେଣ୍ଟ କୁ ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ୍ ର ସମସ୍ତ ସଦସ୍ଯ ଓ ଗ୍ରମବାସୀ ପକ୍ଷରୁ ସୂଚାରୁ ରୂପେ ସମ୍ପାଦନ ହୋଇଥିଲାଆ । ମା’ ବାଉତି ମାର୍ବଲ ଆଣ୍ଡ ସାନିଟାରୀ ଏବଂ ମା’ ବ୍ରାହ୍ମଣୀ ଦେବୀ ପୂଜା ଭଣ୍ଡାର ସହଯୋଗ କରିଥିଲେ।ଟୁର୍ଣ୍ଣାମେଣ୍ଟର  ଦୁଇ ଅମ୍ପିଆର୍ ଡ୍ୟାନସିଙ୍ଗ ଅମ୍ପିଆର୍ ବାବୁଲ୍ ଓ ଦୀପକ ଖେଳକୁ ପରିଚାଳନା କରିଥିଲେ ବେଳେ ସମ୍ବିତ୍ ପଣ୍ଡା ଓ ଅମିୟ ପ୍ରସାଦ ଦେହୁରୀ ଖେଳର ଧାରାବିବରଣୀ   କରିଥିଲେ  । ନିହାରରଞ୍ଜନ ସାହୁ,ନଗେନ ସାହୁ,ଲିପୁ ସାହୁ, ଗିଟୁ ବେହେରା, ସ୍କୋରୋବୋର୍ଡ଼ ଦାୟିତ୍ଵ ନିର୍ବାହ କରିଥିଲେ ।

Leave A Reply

Your email address will not be published.

5 + sixteen =