ଦୃବ୍ରୁତଙ୍କ ଆକ୍ରମଣକୁ ନିନ୍ଦା କଲେ ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ କଲ୍ୟାଣ ସଂଘ !

ଢେଙ୍କାନାଳ ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା , ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସୁରେଶ ବ୍ରହ୍ମ, କୁମୁଦ ଚନ୍ଦ୍ର ସାହୁ, ସତ୍ୟାନନ୍ଦ ରାଉତ , ନିର୍ମଳ ଜେନା , ସୁଶାନ୍ତ ନାୟକ ସଂଘର ସଭାପତି କମଳ କୁମାର ମିଶ୍ର ଓ ସଂପାଦକ ଗିରିଶ ଚନ୍ଦ୍ର ମହାଳିକ ଏବଂ ପ୍ରଶାନ୍ତ ବେହେରା ପ୍ରମୁଖ ବହୁ ବନ୍ଧୁକ ଧାରୀ ମାନେ ଏକତ୍ରିତ ହୋଇ ବିଭିନ୍ନ ସମୟରେ ରାଜ୍ୟରେ ଘରୋଇ ଭାବରେ କାର୍ଯ୍ୟ କରୁଥିବା ବନ୍ଧୁକଧାରୀ ମାନେ ନିଜର ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଜୀବନ ଜୀବିକା ନିର୍ବାହରେ କଷ୍ଟ ଅନୁଭବ କରୁଥିଲେ ମଧ୍ୟ ପ୍ରତିବାଦ କଲେ କାମରୁ ମାଲିକ ମାନେ ବାହାର କରି ଦେବେ ବୋଲି ଭାବି ନିରବ ରହିବା ପାଇଁ ବାଧ୍ୟ ହେଉଛନ୍ତି । ନିକଟରେ ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ଗ୍ରାମ୍ୟ ବ୍ୟାଙ୍କରେ କାର୍ଯ୍ୟରତ ବନ୍ଧୁକଧାରୀଙ୍କୁ ସେହି ପାଖର ଜଣେ ବ୍ୟକ୍ତି ଖଣ୍ଡାରେ ଆଘାତ ଦେଇ ଖସି ଯିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା , ଏବେ କେନ୍ଦୁଝର ଜିଲ୍ଲାରେ ସେଭଳି ଏକ ଘଟଣା ଘଟିଛି; କ୍ୟାସ ଭ୍ୟାନରେ କାର୍ଯ୍ୟ କରୁଥିବା ବନ୍ଧୁକଧାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ କରିବା ପାଇଁ ଲୁଟେରା ମାନେ ଚେଷ୍ଟା କରିଥିଲେ । ବନ୍ଧୁକଧାରୀ ଜଣକ ଲୁଟେରା ମାନଙ୍କ ସହ ସଙ୍ଘର୍ଷକରି ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ସକ୍ଷମ ହୋଇଥିବା ବେଳେ ନିଜେ ଲହୁ ଲୁହାଣ ହେବାର ଖବର ଗଣମାଧ୍ୟମରୁ ଜାଣିବାକୁ ପାଇଲା ପରେ ଢେଙ୍କାନାଳ ଜିଲ୍ଲାର ବନ୍ଧୁକଧାରୀ କଲ୍ୟାଣ ସଙ୍ଗ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ୍ଧୁକଧାରୀଙ୍କର ଏଭଳି ମହତ କାର୍ଯ୍ୟକୁ ଲୋକଲୋଚନକୁ ଆଣିଥିବାରୁ ଢେ଼ଙ୍କାନାଳ ଜିଲ୍ଲା ବନ୍ଧୁକାଧାରୀ କଲ୍ୟାଣ ସଂଘ ଗଣମାଧ୍ୟମକୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

two × 3 =