ଢେଙ୍କାନାଳ ପୌରାଞ୍ଚଳରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ସାତଟି ପ୍ରକଳ୍ପର ଭୂମି ପୂଜନ !

ଢେଙ୍କାନାଳ : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ପୌରାଂଚଳରେ ସାଂସଦ ମହେଶ ସାହୁଙ୍କ ଅନୁଦାନ ପାଣ୍ଠିରୁ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ ହୋଇଯାଇଛି । ଅପରାହ୍ନରେ ସାଂସଦ ଶ୍ରୀ ସାହୁ ୧ନଂ ୱାର୍ଡରେ ୫ଲକ୍ଷ ୫୦ହଜାର ବ୍ୟୟ ଅଟକଳରେ ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନର ଗୋଶାଳା, ଶ୍ୟାମାଚରଣପୁର ଠାରେ ୯ଲକ୍ଷ ୫୦ହଜାର ଟଙ୍କାରେ ନିର୍ମିତ ହେବାକୁ ଥିବାପାଠାଗାର, ୪ନଂ ୱାର୍ଡ ଗୁଡିଆନାଳୀ ପୂଜା ଅନୁଷ୍ଠାନର ୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ସାଂସ୍କୃତିକ ମଣ୍ଡପ ଓ ସେହି ୱାର୍ଡରେ ୫ଲକ୍ଷ ଟଙ୍କା ବ୍ୟୟରେ କଳାପରିଷଦ ଅନୁଷ୍ଠାନର ପ୍ରଥମ ମହଲା ଗୃହ, ୬ନଂ ୱାର୍ଡରେ ୪ଲକ୍ଷ ଟଙ୍କା ବ୍ୟୟରେ କର୍ମଚାରୀଙ୍କ କାର୍ଯ୍ୟାଳୟ ଗୃହ, ୧୨ନଂ ୱାର୍ଡ ମୀନା ବଜାରର ଜୁମାମସ୍‌ଜିଦ୍ ଏବଂ ୧୩ ନଂ ୱାର୍ଡର ମୋତି ମସ୍‌ଜିଦ୍ ଦୁଇଟିର ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି ଓ ପୁନଃଉଦ୍ଧାର କାର୍ଯ୍ୟଗୁଡିକର ସମାପନ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ
ରାଉତ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର, କନିଷ୍ଠ ଯନ୍ତ୍ରୀ ପାର୍ବତୀ ସାହୁ ,ସାସଂଦଙ୍କ ସଦର ନୋମିନି ପ୍ରତାପ ଦାସ ଏବଂ ସଂପୃକ୍ତ ୱାର୍ଡର ପୌର ପାରିଷଦଙ୍କ ବ୍ୟତୀତ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three − 1 =