ଯୋଗାଣମନ୍ତ୍ରୀଙ୍କ ଜିଲ୍ଲାରେ ଚାରି ବର୍ଷ ଧରି ରାସନ କାର୍ଡରେ ରାସନ ପାଇବାରୁ ବଞ୍ଚିତ !

ଢ଼େଙ୍କାନାଳ : ନୂତନ ରାଜ୍ୟ ସରକାର ଘୋଷଣା କରୁଛନ୍ତି ସମସ୍ତ ଗରିବଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଏବଂ ଅନ୍ତୋଦୟ ଯୋଜନାରେ ପରିବାର ପିଛା ୩୫ କେଜି ଚାଉଳ ନିଶ୍ଚିତ ପାଇବେ । ଏ ବାବଦରେ ରାଜ୍ୟ ଯୋଗାଣମନ୍ତ୍ରୀ ମଧ୍ୟ ବାରମ୍ବାର ପ୍ରକାଶ କରିଛନ୍ତି । ମାତ୍ର ଖୋଦ୍ ଯୋଗାଣମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ବ୍ଲକ୍ ବାବନ୍ଧ ପଂଚାୟତ ଅନ୍ତର୍ଗତ ବହଣ୍ଡେଇ ଗ୍ରାମର ସ୍ବର୍ଗତ ରତ୍ନାକର ନାଏକଙ୍କ ବିଧବାପତ୍ନୀ ରସବତୀ ନାଏକ(୬୫) ଆଜକୁ ୪ ବର୍ଷ ଧରି ରାସନ କାର୍ଡରେ ରାସନ ପାଇବାକୁ ବଞ୍ଚିତ ଅଛନ୍ତି। ଏ ସଂପର୍କରେ ରସବତୀ ଢେଙ୍କାନାଳ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ହିନ୍ଦୋଳ ଉପଜିଲ୍ଲାପାଳ, ବିଡ଼ିଓ ଓ ଯୋଗାଣଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି।  ଯାହାଫଳରେ ଅସହାୟ ବିଧବା ବୃଦ୍ଧା ରସବତୀ ରାସନରୁ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି ଭୋକ ଉପାସରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି । ବାରମ୍ଵାର ଅଭିଯୋଗ ସତ୍ତ୍ୱେ ଜିଲ୍ଲା ଓ ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ଘଟଣାକୁ ନେଇ ହିନ୍ଦୋଳ ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ଦୃଢ ନିନ୍ଦା କରିବା ସହ ତୁରନ୍ତ ରସବତୀଙ୍କୁ ରାସନକାର୍ଡ ହିତାଧିକାରୀରେ ସାମିଲ କରାଯାଇ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.

seven + 4 =