ଜନ ମଙ୍ଗଳ ରାସୋଳ  ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀ  ସମ୍ବର୍ଦ୍ଧିତ !

ଢ଼େଙ୍କାନାଳ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ମର୍ଦ୍ଦାବାଡି ଗ୍ରାମ ର ଅଗ୍ରଣୀ ସ୍ଵେଚ୍ଛାସେଵୀ ତଥା ସାଂସ୍କୃତିକ ଅନୁଷ୍ଠାନ ଯୁଵ କମିଟି ମର୍ଦ୍ଦାଵାଡି ର ମୂଖ୍ୟ ପରିଚାଳକ ତଥା ମୋ ଗାଁ ମୋ ସମ୍ମାନ ଅଭିଯାନ ର ମର୍ଦ୍ଦାଵାଡି ଗ୍ରାମ ମୂଖ୍ୟ ଚନ୍ଦନ ପଶ୍ଚିମ କବାଟ ଙ୍କ ନେତୃତ୍ବରେ ତଥା ଓଡ଼ିଶା ଆକ୍ଵା କେୟାର ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ର ନିର୍ଦ୍ଦେଶନାରେ ମର୍ଦ୍ଦାଵାଡି ଗ୍ରାମ ରେ ମୋ ଗାଁ ମୋ ପ୍ରତିଭା ସମ୍ମାନ ୨୦୨୪ ସମ୍ବର୍ଦ୍ଧନା ସମାରୋହ ସାଂସ୍କୃତିକ ତଥା ଓଡ଼ିଶା ର ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ପୂର୍ବକ ବର୍ଣ୍ଣାଢ୍ୟ ପରିବେଶ ରେ ପାଳିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ,ୟୂରୋଟେକ୍ ଡାନ୍ସ ଗ୍ରୁପ ପୁରୀ ତଥା ଆଞ୍ଚଳିକ ସ୍ତର ରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ବ୍ଯକ୍ତି ବିଶେଷ,ସାମ୍ବାଦିକ,ଛାତ୍ର,ଛାତ୍ରୀ ଙ୍କୁ ମଞ୍ଚାସୀନ ମୁଖ୍ୟ ଅତିଥି ବୋଲଗଡ ପଞ୍ଚାୟତ ସରପଞ୍ଚ ଶ୍ରୀମତି ଗୀତାଞ୍ଜଳି ସାହୁ,ବିଶିଷ୍ଟ ଅତିଥି ଭାବେ ମୋ ଗାଁ ମୋ ସମ୍ମାନ ଅଭିଯାନ ର ଆବାହକ ତଥା ଓଡ଼ିଶା ଆକ୍ଵା କେୟାର ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଭାତ ବାରିକ,ମୂଖ୍ୟ ଵକ୍ତା ଭାବେ ମୋ ଗାଁ ମୋ ସମ୍ମାନ ଓଡ଼ିଶା ଅଭିଯାନ ର ମୂଖ୍ୟ ସଚେତକ ତଥା ଜନ ମଙ୍ଗଳ(ରାସୋଳ)ର ପ୍ରତିଷ୍ଠାତା  ଵିଭୁ ପ୍ରସାଦ ଶତପଥୀ, ସମ୍ମାନିତ ଅତିଥି ଭାଵେ ସମିତି ସଭ୍ୟା ନିର୍ମଳା ପ୍ରଧାନ, ଉପଖଣ୍ଡ ଶିକ୍ଷା ଅଧିକାରୀ ମୋହନ କହଲ ସିଂ,ମର୍ଦ୍ଦାଵାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ  ରବିନ୍ଦ୍ର କୁମାର ବେହେରା,ସମାଜ ସେବୀ  ନକୁଳ ରାଉତରାୟ ତଥା ବୋଲଗଡ ପଞ୍ଚାୟତ ର  ମାନ୍ୟଗଣ୍ୟ ଵ୍ୟକ୍ତି ଵିଶେଷ ମାନଙ୍କ ଉପସ୍ଥିତି ରେ ସସମ୍ମାନେ ପୁଷ୍ପଗୁଛ,ଉତ୍ତରୀୟ ଓ ସେବା ସମ୍ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି।   ସମ୍ମାନିତ ଅତିଥିଗଣ ମାନଙ୍କର ସାରଗର୍ଭକ, ଓଡ଼ିଶା ର ସଂସ୍କୃତି,ସମାଜ ସେବା ଧର୍ମୀ,ମାର୍ମିକ ଅଭିଭାଷଣ ସମାଜ ସେଵା ଦିଗ ରେ ପ୍ରେରଣାର ଉତ୍ସ ତଥା ଓଡ଼ିଶା ର ଐତିହ୍ୟ ତଥା ସଂସ୍କୃତିକୁ ଶତ ପ୍ରତିଶତ ଉଜ୍ଜୀବିତ ରଖିବାରେ ସହାୟକ ହେବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ବହୁମୂଲ୍ୟ ଅଭିଭାଷଣ ଦ୍ଵାରା ମୋ ଗାଁ ମୋ ସମ୍ମାନ ଓଡ଼ିଶା ଅଭିଯାନ ରେ ସାମିଲ୍ ହୋଇ ନିଜ ଜନ୍ମଭୂମି ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ସମସ୍ତେ ଯତ୍ନବାନ ହେଵା ପାଇଁ ଉପସ୍ଥିତ ଆବାଳବୃଦ୍ଧବନିତା ଙ୍କୁ ଉତ୍ସାହିତ କରାଯାଇ ଥିଲା। ଉକ୍ତ ସମାରୋହରେ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ କୁ ରାଜ୍ୟ ବ୍ୟାପୀ ବହୁବିଧ ସେବା ପ୍ରଦାନ ନିମିତ୍ତ ସମ୍ମାନ ର ସହ ସମ୍ବର୍ଦ୍ଧିନା ପୂର୍ବକ ଉପଦେଷ୍ଟା  ଦୀପ୍ତି ରଞ୍ଜନ ପଣ୍ଡା,ସଭାନେତ୍ରୀ  ନିରୁପମା ମିଶ୍ର, ଆଜୀବନ ସେଵିକା  ପୂରଵୀ ଶତପଥୀ ମିଳିତ ଭାବେ ମୋ ଗାଁ ମୋ ପ୍ରତିଭା ସମ୍ମାନ ୨୦୨୪ ର ସମ୍ମାନ ପତ୍ର,ପୁଷ୍ପ ଗୁଛ୍ଛ ଏବଂ ଉତ୍ତରୀୟ ଗ୍ରହଣ କରିଥିଲେ।ସଂଗଠନ ର ଅନ୍ୟତମ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ବାରିକ,ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କୁ ବ୍ୟକ୍ତିଗତ ଭାବେ ସମ୍ମାନ ର ସହ ପୁଷ୍ପ ଗୁଛ୍ଛ,ଉତ୍ତରୀୟ ସହିତ ସମ୍ମାନ ପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରା ଯାଇଥିଲା।

Leave A Reply

Your email address will not be published.

18 + fifteen =