ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ଭୁବନ ଅରାସାହି ଲକ୍ଷ୍ମୀପୂଜା ମଣ୍ଡପ ପରିଦର୍ଶନ !

ଢ଼େଙ୍କାନାଳ : ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଦିନିକିଆ ଭୁବନ ଗସ୍ତରେ ଆସି ଲକ୍ଷ୍ମୀପୂଜା ମଣ୍ଡପ ପରିଦର୍ଶନ କରି ଫେରିଯାଇଛନ୍ତି । ପ୍ରଥମେ ନୂଆ ବଜାର ମା’ ଲକ୍ଷ୍ମୀ ଙ୍କୁ ଦର୍ଶନ କରିବା ସହ ବାର୍ଷିକ ଉତ୍ସବ ରେ ଯୋଗଦେଇଥିଲେ । ପରେ ଭୁବନ ର ପୁରାତନ ଲକ୍ଷ୍ମୀପୂଜା ଅନୁଷ୍ଠାନ ଅରା ସାହି ଲକ୍ଷ୍ମୀ ମଣ୍ଡପ ଯାଇ ମା ଲକ୍ଷ୍ମୀ ଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ । ମନ୍ତ୍ରୀ ଙ୍କ ସହିତ ସାଂସଦ ରୁଦ୍ର ନାରାୟଣ ପାଣି,କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା, ପର୍ଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ ପ୍ରମୁଖ ଲକ୍ଷ୍ମୀପୂଜା ମଣ୍ଡପ ପରିଦର୍ଶନ କରିଥିଲେ । ଅରାସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ସମେତ ସନ୍ତୋଷ କୁମାର ପୃଷ୍ଟି,ସୁଶାନ୍ତ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

four + 3 =