ସେୟାର ଏନ୍.ଜି.ଓ. ନିମ୍ନ ମାନର ମାଣ୍ଡିଆ ବିହନ ଯୋଗାଣ ଅଭିଯୋଗ !

ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସୁଲେଇପାଳ ମୌଜା ରେ ମାଣ୍ଡିଆ ଚାଷୀ ଏବେ ଚିନ୍ତା ରେ ଅଛନ୍ତି । ସରକାରଙ୍କ ଠାରୁ ବିହନ ଆଣି ବୁଣିବା ପରେ ଗଛ ହୋଇଛି। ତାହା ପୁଣି ହୃଷ୍ଟ ପୃଷ୍ଟ ଗଛ। କିନ୍ତୁ ଗଛ ରେ ଫଳ ଧରୁନି ବୋଲି କୁହନ୍ତି ଚାଷୀ । ତେବେ ଭୁବନ କୃଷି ବିଭାଗ ଅଧୀନରେ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ପରାମର୍ଶ କରିବା ଓ ସଚେତନତା ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେକ୍ଟର ପ୍ରତି ଚାଷୀଙ୍କ ଖାତାକୁ ପ୍ରଥମ ବର୍ଷ ୧୦ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଥାଏ । ସାର ଓଷଧ ବିହନ ମଧ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିଲା । ଭୁବନ ସୁଲେଇପାଳ ମୌଜାରେ ଚାଷ କରିଥିବା ଚାଷୀ କୈଳାଶ ଚନ୍ଦ୍ର ସାହୁ, ତରଣୀସେନ ଗୁରୁ, ରାମଚନ୍ଦ୍ର ଗୁରୁ, ନଟବର ସାହୁ, କରୁଣାକର ପୋଥାଳ, ନିରଞ୍ଜନ ପୋଥାଳ, ହଟ କିଶୋର ଗୁରୁ, କାଳନ୍ଦୀ ଚରଣ ସାହୁ, ବିପିନ ବିହାରୀ ସାହୁ ପ୍ରମୁଖ ୧୦ହେକ୍ଟର ଜମି ରେ ଚାଷ କରିଥିବା ଜଣାଯାଇଛି । ଚାଷୀ ମାନେ କୃଷି ବିଭାଗ ଠାରୁ ବିହନ ଆଣି ବୁଣିଥିଲେ। ସେହି ବିହନ ରୁ ହୃଷ୍ଟ ପୃଷ୍ଟ ଗଛ ହୋଇଛି କିନ୍ତୁ ଫଳ ହେଉନି। ଋଣ ଆଣି ଚାଷ କରିଛୁ ଏବେ ମାଣ୍ଡିଆ ଅମଳ ହେଉନି । ଋଣ ସୁଝିବୁ କିପରି ବୋଲି କୁହନ୍ତି ଚାଷୀ କୈଳାଶ ଚନ୍ଦ୍ର ସାହୁ । ତେବେ ଏ ସଂପର୍କ ରେ ଭୁବନ ବ୍ଲକ କୃଷି ଅଧିକାରୀ ଭାଗ୍ୟ ଧର ସାହୁ କୁହନ୍ତି ଆମର ୪୦୦ ହେକ୍ଟର ଜମିରେ ଚାଷ ହେବା ର ଥିଲା। ୩୪୦ ହେକ୍ଟର ଜମି ରେ ଚାଷ ହୋଇଛି। ବିହନ କୃଷି ବିଭାଗ ରୁ ସିଧା ସଳଖ ଚାଷୀ ନେଉ ନାହାନ୍ତି । ଭୁବନ ବ୍ଲକ ପାଇଁ ସେୟାର ଏନ୍ ଜି ଓ ବିହନ ଯୋଗାଉଛି । ତେଣୁ ବିହନ ମାରା ପଡ଼ିବା କଥା ସେ ଏନ୍ ଜି ଓ କହିବେ ।

Leave A Reply

Your email address will not be published.

4 × 1 =