ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ – ନବିନ ନନ୍ଦ, ପୂର୍ବତନ ବିଧାୟକ ,ଢ଼େଙ୍କାନାଳ

ସେଦିନ ଥିଲା କୁମାର ପୂର୍ଣ୍ଣିମା ଅକ୍ଟୋବର ମାସ ୧୯ ତାରିଖ ସନ ୧୮୮୬ । ଏଇ ବିର ମାଟି ହରେକୃଷ୍ଣ ପୁର ରେ ଜନ୍ମ ନେଇଥିଲ ତୁମେ ହେ ମହା ବିପ୍ଳବୀ ସାରଙ୍ଗଧର ! ଲେଖି ଦେଇଗଲ ତୁମ ନାମ ଅଖଣ୍ଡ ଭାରତ ବର୍ଷ ର ସ୍ୱର୍ଣୀମ ଅଧ୍ୟାୟ ରେ । ଜନ୍ମିଥିଲ ତୁମେ ପିତା” ହରେକୃଷ୍ଣ “ମାତା “ଜାନକୀ ଦେବୀ” ଙ୍କ ଔରସ ରୁ ।
କରିଥିଲ ଧନ୍ୟ ତୁମେ ଏହି ହରେକୃଷ୍ଣ ପୁର ମାଟି ।ବାଳୁତ ଦିନୁ ହରାଇ ପିତା ଙ୍କୁ ହୋଇ ନଥିଲ ତୁମେ ଦିଗ ହରା । ମାତା ଜାନକୀ ଙ୍କ ଦିଗ୍ ଦର୍ଶନ ରେ ଶିକ୍ଷା ରେ ହୋଇ ପ୍ରବୀଣ । ଢେ଼ଙ୍କାନାଳ ଗଡ ହାଇସ୍କୁଲ ରୁ ପ୍ରବେଶିକା ପରୀକ୍ଷା ରେ ହୋଇ ଉତ୍ତୀର୍ଣ୍ଣ ଗଲ ତୁମେ ଉଚ୍ଚ ଶିକ୍ଷା ପାଇଁ କଟକ ଗଡ କୁ । ରେଭେନ୍ସା କଲେଜ ରୁ ହୋଇ ଉତିନ୍ନ ଗଲ ତୁମେ ପାଠ ପଢିବାକୁ ବିଦେଶକୁ । ଚିନି ଶିଳ୍ପ ରେ ହୋଇ ବିଶାରଦ ଫେରିଲ ତୁମେ ନିଜ ଜନ୍ମ ମାଟିକୁ ନିଜ ବିଦେଶିନୀ ପ୍ରିୟା କୁ ସଙ୍ଗେ ଧରି । କୃଷି ଓ କୃଷକ ର ହେବାପାଇଁ ଉନ୍ନତି ତୁମେ ଦେଖୁଥିଲ ଅସୁମାରୀ ସ୍ବପ୍ନ ! ଢେ଼ଙ୍କାନାଳ ରେ ଚିନିଶିଳ୍ପ ପାଇଁ ଅସୁମାରୀ ଉଦ୍ୟମ ହୋଇଗଲା ପଣ୍ଡ ରାଜ ତନ୍ତ୍ର କୋପ ଯୋଗୁଁ !
ବିଦେଶ ରୁ ଆଣିଥିଲ ବହୁ ଯନ୍ତ୍ରପାତି । ଭାବିଥିଲ ଢେ଼ଙ୍କାନାଳ ର “ବ୍ରହ୍ମ କୁଣ୍ଡ ” ରେ କରିବ ଚିନି କାରଖାନା । କିନ୍ତୁ ସେହି ପ୍ରଚଣ୍ଡ ପ୍ରତାପୀ ରାଜା କରିଦେଲା ସବୁ ଛାରଖାର ? ପଣ କରିଥିଲ ତୁମେ ରାଜ୍ୟ ରୁ କରିବାକୁ ରାଜତନ୍ତ୍ର ର ବିଲୋପ । ସାମିଲ ହେଲ ତୁମେ ପ୍ରଜା ମଣ୍ଡଳ ଆନ୍ଦୋଳନ ରେ । ସାରା ଓଡ଼ିଶାରେ କଲ ପ୍ରଜା ମେଳି ରାଜତନ୍ତ୍ର ବିରୁଦ୍ଧରେ ।ସେପ୍ଟେମ୍ବର ୧୮ ତାରିଖ ୧୯୫୭ ମସିହା ।
ଲିଭି ଯାଇଥିଲା ଜୀବନ ର ଶେଷ ଦ୍ଵିପସେଇ ଯୋଗ ଯୋଗ ଜନ୍ମା ମହାପୁରୁଷ ଙ୍କର ନିସ୍ତବ୍ଧ ହୋଇଯାଇଥିଲା ଢେ଼ଙ୍କାନାଳ ମାଟି
ଖାଲି ଢେ଼ଙ୍କାନାଳ ନୁହେଁ ତୁମେ ଥିଲ ସାରା ଦେଶ ପାଇଁ ଗର୍ବ ଓ ଗୌରବ ।ତୁମେ ତ ଥିଲ” ବିପ୍ଳବ ର ବହ୍ନି “ଯାହା ପ୍ରଜ୍ବଳିତ ହୋଇଥିଲା ରାଜ୍ୟ ର ୨୬ ଗଡଜାତ ର ପ୍ରଜା ମାନଙ୍କର ? ମାଟି ପାଇଁ ଉଜୁଡ଼ି ଯାଇଥିଲା ତୁମ ଘର ଓ ସଂସାର ! ଆଖୁ କ୍ଷେତ ଓ ଚିନି କଳ ର ସ୍ବପ୍ନ ସେଇ ରାଜ ତନ୍ତ୍ର ର ଷଡ଼ଯନ୍ତ୍ର ଯୋଗୁଁ ।ତଥାପି ଥକି ନଯାଇ ଜୀବନ ର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଉତ୍ସର୍ଗ କରି ଦେଇଥିଲ ନିଜକୁ ହେ ମହା ଯୋଗୀ ।କୋର୍ଟ , ବୁଟ୍ଟ , ଟାଇ ଜୋତା କୁ ଛାଡ଼ି ଆଦରି ନେଇଥିଲ ମୋଟା ଖଦଡ଼ କପଡ଼ା ଓ ଗେରୁଆ ଗାମୁଛା ।ବିଦୁଷୀ ବିଦେଶୀ ପତ୍ନୀ ଙ୍କ ପାଇଁ ହୋଇଥିଲ ସାମାଜିକ ବାସନ୍ଦ ।
ତଥାପି ହେ କର୍ମ ଯୋଗୀ ମହା ମେରୁ ପରି ତୁମେ ଥିଲ ଲକ୍ଷ ପଥରେ ଅଟଳ ଓ ଶାଣିତ ! ଆଜି ବି ସ୍ମୃତି ହୋଇ ରହି ଯାଇଛି “କୃଷକ ପତ୍ରିକା” ର ସେଇ ଶାଣିତ ଆଲେଖ୍ୟ ।ଛଦ୍ମ ନାମ “ନଣ୍ଡା ଦେହୁରୀ ‘ ନାମରେପ୍ରଜା ମଣ୍ଡଳ ଆନ୍ଦୋଳନ କୁ ଦେଇଥିଲା ରାଜତନ୍ତ୍ର ବିରୁଦ୍ଧରେ ବିପ୍ଳବ ର ବାର୍ତ୍ତା ।ଗାନ୍ଧୀ ନେହେରୁ ଗୋପବନ୍ଧୁ ମଧୁସୂଦନ ଙ୍କ ଆଦର୍ଶ ରେ ହୋଇ ଅନୁପ୍ରାଣିତଯାହା ବିରୁଦ୍ଧରେ କରି ସଂଗ୍ରାମ ଆଣି ପାରିଥିଲ ଭାରତ ବର୍ଷ ର ସ୍ବାଧିନତା ! ସେଇ କୁଚକ୍ରି ମାନଙ୍କ କୁଟ ଚକ୍ରାନ୍ତ ପାଇଁ ହେଲ ମାଟି ରୁ ମିର୍ବାସିତ ଓ କଟକ ରେ ବିତାଇଲ “ପଳାତକ ” ର ଜୀବନ ?ବିଧି ର କି ବିଚିତ୍ର ବିଡମ୍ବନା ? ଯେଉଁ ମାନେ କରୁଥିଲେ ଇଂରେଜ ର ଗୋଲାମୀ ସେମାନେ ହୋଇଗଲେ ନୂଆ ଭାରତ ଶାସନ ତନ୍ତ୍ର ର ମୁଖ୍ୟ କାର୍ପଟ ଦାର ? କିନ୍ତୁ ହାରି ଯାଇ ନ ଥିଲ ତୁମେ । ଢେ଼ଙ୍କାନାଳ ମାଟିର ପ୍ରଥମ ସାଂସଦ ରୂପେ ହେଲ ନିର୍ବାଚିତ ।ସଂସଦ ରେ ଦେଇଥିଲ୍ ତୁମର ସେଇ ଅଗ୍ନିବର୍ଶି ଭାଷଣ! କୃଷି ଓ କୃଷକ ଉନ୍ନତି ପାଇଁ
ଓଡ଼ିଶାରେ ହେବ ହୀରାକୁଦ ବନ୍ଧ , ଚିନି କାରଖାନା ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ।ଓଡ଼ିଶାର ଶିକ୍ଷିତ ଯୁବକ ପାଇବେ ନିଯୁକ୍ତି । ଆଜିବି ଅଧୁରା ରହିଛି ତୁମେ ଦେଖିଥିବା ସ୍ବପ୍ନିଳ ଓଡ଼ିଶାର ର ସେହି ପ୍ରତି ଛବି ।ଆଜିବି ଝୁରୁଛି ତୁମକୁ ସେହି ହରେକୃଷ୍ଣ ପୁର ମାଟି ।ଆଜି ବି ଢେ଼ଙ୍କାନାଳ ମାଟି ଝୁରୁଛି ସେଇ ମହାନ୍ ମହା ଯୋଗି ଙ୍କ ର ସେଇ ଅଭୁଲା ସ୍ମୃତି କୁ ।ଢେ଼ଙ୍କାନାଳ ମାଟିରେ ମହିଳା ଓ ଶିଶୁ ଓ ଶିକ୍ଷା ର ବିକାଶ ପାଇଁ ଦାନ କରି ଦେଲ ତୁମର ସମସ୍ତ ସ୍ଥାବର ଓଅସ୍ଥାବର ସମ୍ପତି କୁ ଲେଖି ଦେଇ ଯାଇଛ ଅମୂଲ୍ୟ “ଇଛାପତ୍ର”ଆଜିବି ଅଧୁରା ରହିଛି ତୁମର ସେହି ମହାନ୍ ଉଦ୍ଦେଶ୍ୟ ।ହେ ମହାନ ମହାଯୋଗୀ,’ ବିପ୍ଳବୀ ସାରଙ୍ଗ ଧର “ସାରଙ୍ଗ ଧର ରୁ ହୋଇ ଗଲ ତୁମେ “ଗଡଜାତ ଗାନ୍ଧୀ “ଆଜିର ଏହି ପବିତ୍ର ପୁଣ୍ୟ ଜନ୍ମ ତିଥି ରେ ! ଘେନ ମୋର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି !

Leave A Reply

Your email address will not be published.

4 × five =