“ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ !

ଢେଙ୍କାନାଳ : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନ ପରକ୍ଷରୁ ପାଳିତ ହୋଇଯାଇଅଛି ।ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳାଇଙ୍କ ତତ୍ୱାବଧାନରେ ଆଜି ସକାଳେ ସମସ୍ତ ସଦସ୍ୟମାନେ ଅନୁଷ୍ଠାନର ପ୍ରତିଷ୍ଠାତା ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେମୋଟରସାଇକେଲ୍ ରାଲିରେ ବାହାରି ସ୍ଥାନୀୟ ରଥଗଡାସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏହି
ଅବସରରେ ସାଂସଦ ଶ୍ରୀ ସାହୁ ବିଜୁ ବାବୁ ନିଜର ବଳିଷ୍ଠ ଉଦ୍ୟମରେ ଓଡିଆ ଜାତିର ସ୍ୱାଭିମାନ ଓ ଓଡିଶାର ବିକାଶ ନିମନ୍ତେ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ପ୍ରତାପ ଦାସ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

six − 1 =