ଭୁବନ;ମର୍ମନ୍ତୁଦ ଶଡ଼କ ଦୁର୍ଘଟଣା : ଡ୍ରାଇଭର ମୃତ !

ଢ଼େଙ୍କାନାଳ: ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ନମ୍ବର ଜାତୀୟ ରାଜପଥ ସୁରପ୍ରତାପୁର ଫାଣ୍ଡି ଅଧୀନ ଟିପିଲେଇ ଛକ ନିକଟ ରାଜକୁମାର ଢାବା ସମ୍ମୁଖରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଭୋର୍ ଭୋରୁ ଟିପିଲେ ଛକ ନିକଟ ରାଜକୁମାର ଢାବା ସମ୍ମୁଖ ରାସ୍ତା କଡ଼ରେ ଦୁଇଟି ଟିପର ଛିଡା ହୋଇଥିଲା । ଭୁବନ ରୁ କାମାକ୍ଷନଗର ଆଭିମୁଖେଏହି ଟ୍ରକ୍ ଟିପରକୁ ପଛପଟୁ ଓଡି-୩୫-ଡି-୪୨୧୭ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ୍ ଧକ୍କା ଦେଇଥିଲା ।

ଫଳରେ ଦଶ ଚକିଆ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଭୁବନ ଦମକଳ ବାହିନୀଙ୍କ ସାହାଯ୍ୟରେ ଦଶ ଚକିଆ ଟ୍ରକରୁ ଡ୍ରାଇଭରକୁ ଉଦ୍ଧାର କରି ଭୁବନ ମେଡିକାଲକୁ ପଠାଇ ଥିଲେ l ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ା

Leave A Reply

Your email address will not be published.

eighteen − 12 =