କନ୍ଧପାଳ ଗୁଳିକରି ହତ୍ୟାକାଣ୍ଡ ଘଟଣାରେ ୪ ଅଭିଯୁକ୍ତ ଗିରଫ !

ଢେଙ୍କାନାଳ : ସଦର ଥାନା କନ୍ଧପାଳ ଗ୍ରାମରେ ପୋଖରୀ ଖୋଳାକୁ କେନ୍ଦ୍ରକରି ପୂର୍ବତନ ୱାଡସଭ୍ୟ ର୍ ଦଳେଇନାୟକ (୫୬)ଙ୍କୁଗୁଳିକରି ହତ୍ୟା କରାଯାଇଥଲା।

ଏହିଘଟଣାରମୁଖ୍ୟ ଅଭିଯୁକ୍ତ ନୃପତି ନାୟକ ଓରଫ୍‌ନୁରୁ ଏବଂ ତାଙ୍କ ଭାଇ ନିରଞ୍ଜନ ନାୟକଙ୍କୁପୋଲିସ ଗିରଫ କରିଛି। ଏଥି ପୂର୍ବରୁ ନୃପତିଙ୍କ ବାପା ଅଭିମନ୍ୟୁ ନାୟକ ଏବଂ ସହଯୋଗୀ ବେଣଧରୁ ନାୟକ ଗିରଫ ହୋଇଥଲେ।

ଏହାକୁ ମିଶାଇ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ହତ୍ୟାକାଣ୍ଡ ପରେ ନୃପତିଏବଂ ନିରଞ୍ଜନ ଫେରାର ହୋଇଯାଇଥଲେ।ଉଭୟେ ନମିଚିରା ଗ୍ରାମ ଜଙ୍ଗଲରେ ଲୁଚି ଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ସେମାନଙ୍କ ନିକଟରୁ
ହତ୍ୟାରେ ବ୍ୟବହୃତ ବନ୍ଧୁକ ଏବଂ ଖଣ୍ଡା ଜବତ ହୋଇଛି। ଅନ୍ୟପଟେ ହତ୍ୟାକାଣ୍ଡ ପରେ ମୃତ ଦଳେଇଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣରେ ନୃପତିଙ୍କ ସ୍ତ୍ରୀ ସାରଥି ଏବଂ ତାଙ୍କ ୩ବର୍ଷର ଶିଶୁପୁତ୍ର ଗୁରୁତର ହୋଇ କଟକରେ
ଚିକିତ୍ସାଧୀନ ଅଛନ୍ତି।

ଏ ନେଇ ସଦର ଥାନାରେ ନଂ .୧୮୭/୨୨ରେ ଏକ ମାମଲା ରୁଜୁ ହୋଇଛି। ତେବେ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଅନ୍ୟପଟେ ଗ୍ରାମରେ ଏବେବି ଚାପା ଉତେ୍ତଜନା ଲାଗିରହିଛି। କୌଣସି ପ୍ରକାର ଅପ୍ରୀତକରି ପରିସ୍ଥିତି ଏଡ଼ାଇବାକୁ ଗ୍ରାମରେ ପୋଲିସ
ମୁତୟନ ହୋଇଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ଡିପିଓ ବିକାଶ ବେଉରା କୁହନ୍ତି, ଦଳେଇ ନାୟକ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣ ଗିରଫ ହୋଇ ସାରିଲେଣି । ଏହି ମାମଲାର ଅଧିକ ତଦନ୍ତ ତାଲୁ ରହିଥିବାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 + eleven =