ଶିକ୍ଷାନୁଷ୍ଠାନରେ ନିୟୋଜିତ ଯାନବାହନ ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଆରମ୍ଭ

ଢେଙ୍କାନାଳ ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିୟୋଜିତ ଯାନବାହନ ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି।

ଆଞ୍ଚଳିକପରିବହନ ଅଧିକାରୀ ବସନ୍ତ କୁମାର ମାଝିଙ୍କ ନେତୃତ୍ୱରେ ଟ୍ରାଫିକ୍‌ଇନସପେକ୍ଟର ସିତାଂଶୁ ରଞ୍ଜନ ବେହେରା, କନିଷ୍ଠ ମୋଟରଯାନ ନିରୀକ୍ଷକ ମାନସ ରଞ୍ଜନ ପୃଷ୍ଟିପ୍ରମୁଖକର୍ମଚାରୀଙ୍କ ସହ ଢେଙ୍କାନାଳ ସହରରେ ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଯାନବାହନଗୁଡ଼ିକ ଯାଞ୍ଚ କରିଥିଲେ।

କାଗଜପତ୍ର ଏବଂ ଫିଟ୍‌ନେସ୍‌ ଠିକ୍‌ ନଥିବାରୁ ୮ ଗାଡ଼ିରୁମୋଟ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିରୁ ୫ଟିବସ୍‌ଏବଂ ୩ଟି ଟାଟା ମ୍ୟାଜିକ୍‌ ରହିଛି। ଗୋଟିଏ ପଲ୍ୟୁଶନ ସାର୍ଟିଫିକେଟ, ୭ଟିର ଫିଟନେସ, ୫ଟିର ପରମିଟ୍‌, ୫ଟିର ଇନସ୍ୟୁରାନ୍ସ ନ ଥିବା ଜଣାପଡ଼ିଛି।

ସେହିପରି ୩ ଗାଡ଼ିର ଚାଳକଙ୍କ ଲାଇସେନ୍ସ ନ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଜିଲ୍ଲାର ଅଧିକାଂଶ ଶିକ୍ଷାନୁଷ୍ଠାନରେ ପୁରୁଣା ଗାଡ଼ିନିୟୋଜିତ ହୋଇଛି। ସେଗୁଡ଼ିକର କାଗଜପତ୍ର ଠିକ୍‌ନାହିଁ। ଆଗାମୀ ଦିନରେ ଯାନବାହନ ଯାଞ୍ଚ ଅଭିଯାନକୁ ଆହୁରି ଜୋରଦାର୍‌ କରାଯିବ। ନିୟମ ଖିଲାପ ହୋଇଥଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

ten − 3 =