ପାରିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପନ !

ଢେଙ୍କାନାଳ : ପାରିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କର ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଯାଇଛି ।

୮ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେଉଥିଲା । ଏହି ଶିବିରରେ ବହୁସଂଖ୍ୟକ ଛାତ୍ରୀ ଯୋଗଦେଇ ଆତ୍ମରକ୍ଷାର ବିଭିନ୍ନ କୌଶଳମାନ ଶିକ୍ଷାଲାଭ କରିଥିଲେ । ପାରିମାଳ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମଧୁସୂଦନ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିବିରାର୍ଥୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷାର ଉପାଦେୟତା ସଂପର୍କରେ ବୁଝାଇଥିଲେ ।

ଅଧ୍ୟକ୍ଷା କଳ୍ପନା ମଞ୍ଜରୀ ପ୍ରଧାନ ଛାତ୍ରୀମାନଙ୍କୁ ବର୍ତମାନ ସମୟରେ ନାରୀମାନଙ୍କ ପ୍ରତି ବଢୁଥିବା ଅପରାଧୀକ ମନୋବୃତି ପରିପ୍ରେକ୍ଷୀରେ ଛାତ୍ରୀମାନେ ଘରେ ତଥା ବାହାରେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ଆଲୋଚନା କରିଥିଲେ । କଲେଜର ଅଧ୍ୟାପକ ବିଭୁଦେନ୍ଦୁ ପ୍ରଧାନ, ରଶ୍ମିରଞ୍ଜନ ଦାଶ, ସୁବ୍ରତ କୁମାର ନନ୍ଦ, ଗତିକୃଷ୍ଣ ସାହୁ, ଅରୁଣ କୁମାର ପରିଡା ଉତ୍ସବରେ ଯୋଗଦାନ କରି ଛାତ୍ରୀମାନଙ୍କୁ ନାନା ପରାମର୍ଶ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା (ବାଳିକା ବିଭାଗର) କାର୍ଯ୍ୟକ୍ରମ ଅଧିକାରୀ ସରୋଜ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

13 − 10 =