ଗ୍ରୀଷ୍ମ ପ୍ରବାହ ଉପସମ ଶିବିର : ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ ପକ୍ଷରୁ ଦହି ସର୍ବତ୍ ବଣ୍ଟନ !

ଢେଙ୍କାନାଳ : ଜିଲ୍ଲା ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ୍ ଗାଇଡ୍‌ସ୍ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ନିକଟବର୍ତୀ ହନୁମାନ ଛକ ନିକଟରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ଓ ଜିଲ୍ଲା ରେଡ୍‌କ୍ରସ୍ ଶାଖାର ଉପସଭାପତି ବିରଞ୍ଚି ନାରାୟଣ ପାଣି ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପାଣି, ସଦର ବ୍ଲକ୍ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ, ରାଜ୍ୟ ଭାରତ ସ୍କାଉଟ୍ ସହକାରୀ କମିଶନର ଶଶାଙ୍କ ଶେଖର ରଥ, ଜିଲ୍ଲା ସଂପାଦକ ସୁଶ୍ରୀ ସୌଦାମିନୀ ଦାସଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ ଗାଇଡ୍‌ସ୍ ର ମୁଖ୍ୟ କମିଶନର ନିବେଦିତା ପାଣିଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଏଲ୍‌.ଏମ୍‌. ହାଇସ୍କୁଲ୍‌, ସୌଦାମିନୀ ସ୍ମୃତି ବିଦ୍ୟାପୀଠ, କେ.ପି. ହାଇସ୍କୁଲ୍‌- ଗୋବିନ୍ଦପୁର, ଭଗବାନ ବିଦ୍ୟାମନ୍ଦିର-ସିଆରିଆ, ଭାନିରାମ୍ ମଡେଲ୍ ହାଇସ୍କୁଲ୍‌, ବାଣୀବିଦ୍ୟାପୀଠ-ନଡିଆଳୀର ସ୍କାଉଟ୍ ଓ ଗାଇଡ୍‌ମାନେ କାର୍ଯ୍ୟ କରିଥିଲେ । 

ଏଥିରେ ୬ଜଣ ଗାଇଡ୍‌, ୨୦ଜଣ ସ୍କାଉଟ୍‌, ୧୦ଜଣ ସ୍କାଉଟ୍ ମାଷ୍ଟର ଓ ୩ଜଣ ଗାଇଡ୍ କ୍ୟାପ୍‌ଟେନ୍ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସ୍କାଉଟ୍ କମିଶନର ଗଗନ ବିହାରୀ ନାୟକ, ଗାଇଡ୍ କମିଶନର ପୁଷ୍ପାଞ୍ଜଳି ଦଳେଇ, ସ୍କାଉଟ୍ ସଂଗଠନ କମିଶନର ବିଜୟ କୁମାର ନନ୍ଦ, ଗାଇଡ୍ ସଂଗଠନ କମିଶନର ସବିତା ସାହୁ, ସ୍କାଉଟ୍ ତାଲିମ୍ କମିଶନର ନରେଶ କୁମାର ମହାରଣା, ଗାଇଡ୍ କମିଶନର ପୁଷ୍ପାଞ୍ଜଲି ଦଳେଇ, ଗାଇଡ୍ କ୍ୟାପ୍‌ଟେନ୍ ସୌଦାମିନୀ ଦଳେଇ, ରାନୁ ଦାସ, ସ୍କାଉଟ୍ ମାଷ୍ଟର ସୁବ୍ରତ କୁମାର ମିଶ୍ର, ବିଦୁର କୁମାର ସାମଲ, ଶୁଶିଲ୍ କୁମାର ପଣ୍ଡା, ପ୍ରଶାନ୍ତ ଧଳ, ଅମୀୟ କୁମାର ଧଳ, ଦୁଷ୍ମନ୍ତ ସେଠୀ, ପ୍ରଶାନ୍ତ କୁମାର ସାହୁ ଓ ସ୍ୱର୍ଣ୍ଣପ୍ରଭା ରାଉତ ପ୍ରମୁଖ ଶିବିର ପରିଚାଳନାରେ ନିୟୋଜିତ ରହିଥିଲେ ।

ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ, ମାତୃଭବନ ଉଚ୍ଚ ବିଦ୍ୟାଳୟ-ବାରଦା, ସରସ୍ୱତୀ ଶିଶୁ ମନ୍ଦିର ଢେଙ୍କାନାଳ, ମଧୁସୂଦନ ଆବାସିକ ବିଦ୍ୟାଳୟ-ସିମିଳିଆ, ବି.ଡି. ଉଚ୍ଚ ବିଦ୍ୟାଳୟ-ଭାଲିଆବୋଲ ଓ ଗଁଦିଆ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଗାଇଡ୍ ପ୍ରଭୃତି ଅଂଶଗ୍ରହଣ କରିବେ ବୋଲି ଭାରତ ସ୍କାଉଟ୍ ଓ ଗାଇଡ୍ ସମ୍ପାଦକ ସୌଦାମିନୀ ଦାସ ଜଣାଇଛନ୍ତି ।

Leave A Reply

Your email address will not be published.

three × three =