ପୋଲିସର ନିଷ୍କ୍ରିୟତାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଞ୍ଚଳବାସୀ !

ଢେଙ୍କାନାଳ : ଟାଉନ ପୋଲିସର ନିଷ୍କ୍ରିୟତାକୁ ନେଇ କଣ୍ଟାନାଳୀ ଅଞ୍ଚଳରେ ଲୋକେ ଜାତୀୟ ରାଜପଥକୁ ଅବରୋଧ କରି ପ୍ରତିବାଦ କରିଥିଲେ ।

ସୂଚନା ଅନୁଯାୟୀ ୪ ଦିନ ତଳେ କଣ୍ଟାନାଳି କନ୍ଧସାହି ଅଞ୍ଚଳର ସେହି ସାହିର ଜଣେ ଯୁବକକୁ ମାଡମାରି ଲହୁଲୁହାଣ କରିଦେଇଥିଲେ । ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ହେଲେ ପୋଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ କଣ୍ଟାନାଳି ବାଇପାସ ୫୫ ନଂ.ଜାତୀୟ ରାଜପଥ ଠାରେ ରାସ୍ତା ଅବରୋଧ କରାଯାଇ ପ୍ରତିବାଦ କରାଯାଇଥିଲା ।

ଉଭୟ ପାଶ୍ୱର୍ରେ ଶହ ଶହ ଗାଡିମଟର ଯାତାୟତରେ ବାଧାପ୍ରାପ୍ତ ଘଟିଥିଲା । ଖବର ପାଇ ଟାଉନ ଥାନା ପୋଲିସ ଓ ସଦର ଏସଡିପିଓ ବିକାଶ ବେଉରା ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଅଞ୍ଚଳବାସୀଙ୍କୁ ବୁଝାସୁଝା କରିବା ସହ ରାସ୍ତାରୁ ଅବରୋଧ ହଟାଇଥିଲେ । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ପୂନର୍ବାର ରାଜରାସ୍ତା ଅବରୋଧ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

3 + 19 =