କାମାକ୍ଷାନଗର ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ: ଜିଲ୍ଲା ବିଜେଡ଼ି ସଭାପତି ଖଣି,ଇସ୍ପାତ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ତତ୍ଵାଵଧାନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପ୍ରାତଃ ସମୟରେ କାମାକ୍ଷାନଗର ଏନ୍.ଏ.ସି ଠାରେ ପାଳନ ହୋଇଅଛି ।

ଉକ୍ତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ସକାଳୁ ଆଳତୁମା ରାମିଆଳ ନଦିକୁଳ ଠାରେ ତିଲତର୍ପଣ କରିଥିଲେ l ତତ୍‌ସହିତ ବସଷ୍ଟାଣ୍ଡ ଠାରେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ କରିଥଲେ ।

ଏହା ସହିତ କାମାକ୍ଷାନଗର ଏନ୍.ଏ.ସି ଉପନଗରପାଳ ସକୁନ୍ତଳା ସେଠୀ ଓ ସମସ୍ତ କାଉନସିଲର ସମେତ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ , ପୂର୍ବତନ ନଗରପାଳ ବ୍ରହ୍ମାନନ୍ଦ ମହାନ୍ତି ଉପସ୍ଥିତ ରହିବା ସହ ବିଜୁ ଜନତା ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × one =