ଢେଙ୍କାନାଳ :ମହିୟସୀ ମହିଳା ଓ ସୁସାହିତ୍ୟିକା ରେଣୁବାଳା ନନ୍ଦଙ୍କ ଜୟନ୍ତୀ ଅବସରରେ ସ୍ମୃତିସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ରେଣୁବାଳା ସ୍ମୃତି ସଂସଦର ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ଯୋଗଦେଇ କହିଥିଲେ ଯେ ରେଣୁବାଳାଙ୍କ ରଚିତ ସାହିତ୍ୟ ଯୁଗାନ୍ତକାରୀ ସାହିତ୍ୟ । ଯାହା ଓଡିଆ ସାହିତ୍ୟରେ ଯୁଗ ଯୁଗ ପାଇଁ ଲିପିବଦ୍ଧ ହୋଇ ରହିବ । ଦହନ ଓ ମାତୃଭୁମିର ଢେଙ୍କାନାଳଅବିଭକ୍ତ ଜିଲ୍ଲାର ପ୍ରଥମ ମହିଳା ସାମ୍ବଦିକ ଭାବେ କାର୍ଯ୍ୟକରି ସବୁଠାରେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ସାଲିସ ବିହୀନ ଲେଖନୀ ଯୋଗୁ ତାଙ୍କୁ ଅଗ୍ନିକନ୍ୟା ଓ ତେଜସ୍ୱୀ ମହିଳା ବୋଲି କୁହା ଯାଉଥିଲା ।
ଏ ଅବସରରେ ବିଭାବନର ସମ୍ପାଦକ ମନୋରଞ୍ଜନ ନନ୍ଦ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ , ପ୍ରଧ୍ୟାପକ ଭବାନୀ ମିଶ୍ର, ପୂର୍ବତନ ଶିକ୍ଷା ନିର୍ଦ୍ଦେଶକ ଗୋକୁଳ ବିହାରୀ ହୋତା, ପରେଶ ଚନ୍ଦ୍ର ପଟ୍ଟନାୟକ, ନିରୁପମା ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ପାଦକରେ ମାନସ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବୀପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ ।
ବିଭାବନାର ଏପ୍ରିଲ ବିଶେଷାଙ୍କକୁ ଅତିଥି ମାନେ ଉଦଘାଟନ କରିଥିଲେ । ତ୍ରିନାଥ ସାହୁ, ବିଭୁତି ଭୁଷଣ ସାହୁ, ସଂଯୁକ୍ତା ମହାପାତ୍ର, ରବୀନ୍ଦ୍ର ନାଥ ସାହୁ, ମମତା ମିଶ୍ର, ସୁଶୀଲ କୁମାର ନନ୍ଦ, ଡଃ ନିଲନ ମିଶ୍ର, ମିନତୀ ମିଶ୍ର, ଦିପ୍ତିଶ୍ରୀ ସାହୁ ଓ ପ୍ରଭାତି ମିଶ୍ର ପ୍ରମୁଖଙ୍କୁ ମାନପତ୍ର ଓ ଉପାୟନ ଦିଆଯାଇ ସମ୍ମାନୀତ କରାଯାଇଥିଲା ।
ବିଦ୍ୟାଧର ବାରିକଙ୍କ ପରିଚାଳନା ଓ ଶୁଭଶ୍ରୀ ରାଉତ,ସସ୍ମିତା ଦାସଙ୍କ ସଂଯୋଜନାରେ ୮୦ ଜଣ କବି କବିତା ପାଠ କରିଥିଲେ ।ଡଃ.ନିଲନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ ।