ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ !

ଢେଙ୍କାନାଳ : ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେନ୍ସିଂ ହଲଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ନିର୍ବାଚିତ ପ୍ରତିନିଧମାନେ ସେବା ମ ନୋଭାବ ନେଇ କର୍ତ୍ତବ୍ୟ ସମାପନ କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟରେ ଢେଙ୍କାନାଳକୁ ଆଗୁଆ ଜିଲ୍ଲାରେ ପରିଣତ କରିବା ପାଇଁ ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କ ଅଂଚଳର ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ଯୋଜନା ଓ ପ୍ରକଳ୍ପର ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି । ସମସ୍ତଙ୍କର ସହଯୋଗରେ ହିଁ ଜିଲ୍ଲାର ସାମଗ୍ରୀକ ବିକାଶ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସେଠୀ , କାମାକ୍ଷାନଗର , ଭୁବନ, କଙ୍କଡାହାଡ ଓ ପରଜଙ୍ଗ ବ୍ଳକର ନିର୍ବାଚିତ ପ୍ରତିନିଧମାନଙ୍କ ସହିତ ଜିଲ୍ଲାର ବିକାଶ ନିମନ୍ତେ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ବିଷଦ ଆଲୋଚନା କରିଛନ୍ତି । ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ପଂଚାୟତିରାଜ ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ସମସ୍ତ ପ୍ରକାର ବିକାଶ ମୂଳକ କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଜିଲ୍ଲାର ଚାଲିଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରି ପ୍ରକଳ୍ପ ଗୁଡିକୁ ଲୋକାବିମୁଖୀ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗ୍ରାମାଂଚଳର ଗରୀବ ଅସହାୟମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଦେବାକୁ କହିଛନ୍ତି । ଦୁର୍ଗମ ଅଂଚଳବାସୀଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରସ୍ତୁତ କରି ଅଗ୍ରାଧିକାର ଭିତିରେ ନିର୍ମାଣ କରିବାକୁ କହିଛନ୍ତି । ଜିଲ୍ଲାର ସମସ୍ତ ଦୁର୍ଗମ ଅଂଚଳର ବିକାଶ ପାଇଁ ୪୬ ଜଣ ଅଧକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଯୋଜନା ପ୍ରସ୍ତୁତି ଓ ଏହାର ସଫଳ ରୂପାୟନ ଦିଗରେ ଧ୍ୟାନ ଦେବାକୁ କହିଛନ୍ତି ।

ଆସନ୍ତା ୨୦୨୪ ସୁଦ୍ଧା ସମସ୍ତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରିବାକୁ ରାଜ୍ୟ ସହକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଆମ ଜିଲ୍ଲାରେ ଚଳିତ ବର୍ଷ ଶେଷସୁଦ୍ଧା ସମସ୍ତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡର ସଦୁପଯୋଗ କରିବାରେ ନିର୍ବାଚିତ ପ୍ରତିନିଧିମାନେ ହିତାଧିକାରୀଙ୍କୁ ପ୍ରବର୍ତାଇ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ୮ଟି ତହସିଲରେ ଆରଆଇ ଅଫିସ, ରେଭେନ୍ୟୁ ରେଷ୍ଟ ହାଉସ,ବସଷ୍ଟାଣ୍ଡ, ଗ୍ରାମ୍ୟରାସ୍ତା ଏବଂ ରୁରାଲ ପାର୍କ ନିର୍ମାଣ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ । ଗ୍ରାମାଞ୍ଚଳରେ ଥିବା ବାସହୀନ ଓ ପ୍ରକୃତ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ନିମନ୍ତେ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ସହଯୋଗ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । ଗ୍ରାମାଞ୍ଚଳରେ ବିକାଶ ନିମନ୍ତେ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଓ ଏହି କାମରେ ସ୍ଥାନୀୟ ଶ୍ରମିକମାନଙ୍କୁ ନିୟୋଜିତ କରି ରୋଜଗାରକ୍ଷମ କରାଇବାକୁ କହିଛନ୍ତି ।

ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ଅପପୁଷ୍ଟିକୁ ରୋକିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ପ୍ରତିନିଧିମାନେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟକାରିତାକୁ ତଦାରଖ କରିବାକୁ କହିଛନ୍ତି । ଜଳକ୍ଲିଷ୍ଟ ଅଞ୍ଚଳରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଏବଂ ଆବଶ୍ୟକ ସ୍ଥଳେ ଜଳଛତ୍ର ଖୋଲିବାକୁ କହିଛନ୍ତି । ଗ୍ରାମାଞ୍ଚଳରେ ମଡେଲ ପୋଖରୀ ମଡେଲ ରୋଡ, ମଡେଲ ପାର୍କ ନିର୍ମାଣକୁ ପ୍ରାଧ୍ୟାନ ଦିଆଯାଉଛି । ଗ୍ରାମାଞ୍ଚଳକୁ ଆକର୍ଷଣୀୟ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବାକୁ ଗୁରୁତ୍ୱ ଦିଆଯାଉଛି ।

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ସେବା ,କୋଭିଡ ଟେଷ୍ଟିଂ ଓ ଟୀକାକରଣ ସମ୍ପର୍କରେ ଗ୍ରାମ୍ୟ ଜଳ ଓ ପରିମଳ ମିଶନର ଅଧିକ୍ଷଣ ଯନ୍ତ୍ରୀ ଗ୍ରାମାଂଚଳରେ ଜଳ ଯୋଗାଣ କାର୍ଯ୍ୟକ୍ରମ ସମ୍ପର୍କରେ, ଜିଲ୍‌ା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ପଶୁସମ୍ପଦ ରକ୍ଷା ସମ୍ପର୍କରେ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସାମାଜିକ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ , ଜିଲ୍ଲା ଶିକ୍ଷା ଅଧିକାରୀ ଶୈକ୍ଷିକ କାର୍ଯ୍ୟକ୍ରମ ସମ୍ପର୍କରେ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶିଶୁ ଓ ମାତୃମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ , ବେସାମରିକ ଯୋଗାଣ ଅଧିକାରୀ ଧାନ ସଂଗ୍ରହ ଓ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ଏବଂ ଗ୍ରାମ ପଞ୍ଚାୟତ ଅଧିକାରୀ ଗ୍ରାମ ପଞ୍ଚାୟତର ବିଭିନ୍ନ ନିୟମାବଳୀ ସମ୍ପର୍କରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।

ବୈଠକରେ ବସଷ୍ଟା୍‌ଣ୍ଡ, ଗ୍ରାମ୍ୟରାସ୍ତା ନିର୍ମାଣ, ବହୁମୁଖୀ ଆଶ୍ରୟସ୍ଥଳୀର ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା, ଭତା ବଣ୍ଟନ ବ୍ୟବସ୍ଥା, ବିଦ୍ୟାଳୟ ରୂପାନ୍ତକରଣ କାର୍ଯ୍ୟକ୍ରମ, ଖାଉଟି ସାମଗ୍ରୀ ବଣ୍ଟନ, ହକି ଖେଳର ପ୍ରସାର ଆଦି ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଡିଓ,ତହସିଲଦାର, ବିଭାଗୀୟ ଅଧିକାରୀ ବିଜୁ ସ୍ୱା୍‌ସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସମସ୍ତ ୧୩ଟି ହସ୍ପିଟାଲର କର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

13 − twelve =