ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିଯୁକ୍ତି ମେଳା-୨୦୨୨ !

ଢେଙ୍କାନାଳ : ଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ,ଢେଙ୍କାନାଳ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟ,ଢେଙ୍କାନାଳ ଆନୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।

ଏହି ନିଯୁକ୍ତି ମେଳାକୁ କଲେଜର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଉଦଘାଟନ କରି ସାମ୍ପ୍ରିତିକ ପରିସ୍ଥିତିରେ କର୍ମ ନିଯୁକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଡିପିଏସୟୁର ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ଓରମାସର ଡେପୁଟି ସିଇଓ ନିରୋଦ କୁମାର ଜେନା ପ୍ରମୁଖ ଯୋଗଦାନ କରିଥିଲେ ।

ଜିଲ୍ଲା ନିୟୋଜନ ଅଧିକାରୀ ଅଶିଷ କୁମାର ବସନ୍ତିଆ ସ୍ୱାଗତ ଭାଷଣ ସହିତ ନିଯୁକ୍ତି ମେଳାକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ.ଦେବାଶିଷ ମହାନ୍ତି, ପ୍ଲେସମେଂଟ ଅଧିକାରୀ ଡ.ଅନିରୁଦ୍ଧ କୁମାର ଖିଲାର ଓ କ୍ୟାରିୟର କାଉନସିଲ ସଂଯୋଜକ ଡ.ରଜନୀକାନ୍ତ ଖୁଂଟିଆ ପ୍ରମୁଖ ନିଯୁକ୍ତି ମେଳାକୁ ପରିଚାଳନାରେ ସହଯୋଗ କରିଥିଲେ ।

ଏହି ନିଯୁକ୍ତି ମେଳାରେ ମହାବିଦ୍ୟାଳ୍ୟତଥା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ୫୨୧ (ପାଞ୍ଚଶହ ଏକୋଇଶ) ଜଣ ବେକାର ଯୁବକ ଯୁବତୀ କର୍ମ ନିଯୁୂକ୍ତି ପାଇଁ ପଞ୍ଜିକୃତ, କରିଥିଲେ । ଆଦର୍ଶ ବୃତି ପରାମର୍ଶରେ କେନ୍ଦ୍ରର ଯୁବ ପେସାଦାର ସଂଗୀତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × 3 =