ମାସେ ହେବ ଅଚଳ ହୋଇପଡ଼ିଛି ଗାଡି: ଦିର୍ଘ ବର୍ଷ ପରେ ନିଯୁକ୍ତି ହୋଇଛନ୍ତି ଦୁଇ ଦୁଇ ଜଣ ଅଫିସର !

ଢେଙ୍କାନାଳ : ଭୁବନ ଥାନା ଅଧୀନସ୍ଥ ସୁରପ୍ରତାପୂରଫାଣ୍ଡି ରେ ଦୀର୍ଘ ମାସେ ହେବ ଅଚଳ ହୋଇପଡ଼ିଛି ଚାରି ଚକିଆ ଗାଡି I

ସୁରପ୍ରତାପୂର ଫାଣ୍ଡି ଅଧୀନରେ ଥିବା ତିନୋଟି ପଞ୍ଚାୟତ ମାର୍ଥାପୁର, ଯମୁନାକୋଟ୍, ସୁରପ୍ରତାପୂର ଗ୍ରାମ ରହିଛି I ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରୀ, ରାହାଜାନି ଓ ଦେଶୀ ବିଦେଶୀ ମଦ କାରବାର ବୃଦ୍ଧି ପାଉଛି I ଜରୁରୀକାଳୀନ ପରିସ୍ଥିତି ରେ ପୋଲିସ୍ ର ସହାୟତା ଆବଶ୍ଯକତା ଥିବା ବେଳେ ଗାଡି ଅଚଳାବସ୍ଥା ଯୋଗୁ ଠିକ୍ ସମୟରେ ପହଞ୍ଚି ପାରୁ ନାହାନ୍ତି କେହି ଜଣେ ବି କର୍ମଚାରୀ I

କରୋନା ପ୍ରକୋପ କମିବା ପରେ ପ୍ରତି ଗାଁ ଗାଁ ରେ ମେଳା ଆରମ୍ଭ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କୁ ଏଡେଇବା ପାଇଁ ପୋଲିସ୍ ପେଟ୍ରୋଲିଂ ମଧ୍ଯ ହୋଇ ପାରୁନି I ଜରୁରୀ କାଳୀନ ସମୟରେ ପୋଲିସ୍ ଦୁଇ ଚକିଆ ଯାନରେ ଆସି ପହଞ୍ଚିବା ସମ୍ଭବ ପର ନୁହେଁ ବୋଲି ଅନୁମାନ କରାଯାଉଛି I

ଫାଣ୍ଡି ନିର୍ମାଣ ହେବା ଦିର୍ଘ ବର୍ଷ ପରେ ଦୁଇ ଦୁଇ ଜଣ ଅଫିସର ନିଯୁକ୍ତି ହୋଇଛନ୍ତି I ଫାଣ୍ଡି ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ ଆଣିବାରେ ସଫଳ ହେବା ଆଶାଥିବ ବେଳେ ଗାଡି ଖରାପ ହୋଇ ପଡିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I ଗାଡିଟି ବହୁତ୍ ପୁରୁଣା ହୋଇଥିବାରୁ ବାରମ୍ବାର ଖରାପ ହେଉଥିବାରୁ ଲୋକେ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ରେ ସମ୍ଭବ ହେଉନାହିଁ I

Leave A Reply

Your email address will not be published.

5 × 1 =