ସାଧାନା ନୃତ୍ୟ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ସହର ଆନନ୍ଦନଗର ସ୍ଥିତ ସାଧାନା ନୃତ୍ୟ କେନ୍ଦ୍ରର ବାର୍ଷିକ ଉତ୍ସବ ଅବସରରେ ମଂଚାସୀନଅତିଥିମାନେ ଛୋଟ ଛୋଟ ପିଲାମାନଙ୍କର ନୃତ୍ୟ ସଂଗୀତ ପ୍ରତି ଆଗ୍ରହକୁ ଦେଖି ଏହା ଯେ ତାଙ୍କର ଜୀବନ ପାଇଁ ବହୁମୂଲ୍ୟବାନ୍ ଏକଥା କହିଥିଲେ । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିଳ୍ପୀ ତଥା ନାଟ୍ୟକାର ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ କଳିଙ୍ଗ ଟିଭିର ରିପୋର୍ଟର ତଥା ମାଇକ୍ରୋମିଡିଆର ନିର୍ଦ୍ଦେଶକ ଅଥୟ କୁମାର ସାହୁ ଓ ଯୁବନାଟ୍ୟକାର ତଥା ନିର୍ଦ୍ଦେଶକ ଦୀନେଶ ଦାସ ପ୍ରଭୃତି ସାଧନ ନୃତ୍ୟ କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବର ସଫଳତା କାମନାକରିବା ସହ ଦୀର୍ଘ ଜୀବନ କାମନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ମୟୁର ନୃତ୍ୟ କେନ୍ଦ୍ରର ସଂପାଦକ ବନମାଳିମଲ୍ଲିକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏ ଅବସରରେ ସଂଗୀତ ଜଗତରେ ପୁରାତନଶିଳ୍ପୀ ସ୍ନିଗ୍ଧା ନନ୍ଦଙ୍କୁ ସଂଗୀତ ରତ୍ନ ଓ ଓଡିଶୀ ନୃତ୍ୟ ପାଇଁ ଦିପ୍ତୀଶ ଶତପଥୀଙ୍କୁ ନୃତ୍ୟଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।ଅନୁଷ୍ଠାନର ସଂପାଦକ ବାସନ୍ତି ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ଛାତ୍ରଛାତ୍ରୀ ଓମୟୁର ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ପ୍ରିୟବ୍ରତ ବେହେରା ମଂଚ ସଂଚାଳନକରିଥିବାବେଳେ ନୃତ୍ୟ ଶିକ୍ଷକ ସୁଶ୍ରୀ ପ୍ରରିତା (ଗୁଡ୍‌ଲି) ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

sixteen − ten =