ଢେଙ୍କାନାଳ : ଢେଙ୍କାନାଳ ଆଞ୍ଚଳିକ ଅଭ୍ୟୁଦୟ ୟୁଥ୍ କ୍ଲବ୍ ଦ୍ୱାରା ଆୟୋଜିତ ଅଞ୍ଚଳ ସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ୱତୀ ଶୁଶୁବିଦ୍ୟାମନ୍ଦିର ଭଗବାନପୁର ଢେଙ୍କାନାଳ ଠାରେ ଉଦ୍ଯାପିତ ହୋଇଯାଇଅଛି । ଏହି ଖେଳକୁଦ କାର୍ଯ୍ୟକ୍ରମ ଗତ ୧୬ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତଚାଲୁ ରହିଥିଲା । ଏଥିରେ ୧୦ଟି ସଂଚର ପ୍ରାୟ ୨୦୦ଜଣ ଛାତ୍ରଛାତ୍ରୀ, ୪୦ଜଳ ଗୁରୁଜୀ ଗୁରୁମା, ୧୪ ଜଣ କାର୍ଯ୍ୟକର୍ତା ଭାଗ ନେଇଥିଲେ । ଖେଳକୁଦରେ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଦୌଡ, ଲମ୍ବାଡିଆଁ, ଉଚ୍ଚଡିଆଁ, କବାଡି ଓ ଯୋଗାସନ ଉଭୟ ବାଳକ ଏବଂ ବାଳିକା ବିଭାଗର ଆୟୋଜିତହୋଇଥିଲା । କବାଡିରେ ବାଳକ ବିଭାଗର ପରଜଙ୍ଗ ସଂଚ ଏବଂ ବାଳିକା ବିଭାଗର କାମାକ୍ଷାନଗରରୁ ସମ୍ଭାଗ ଖେଳକୁଦ ପାଇଁ ଉତିର୍ଣ୍ଣ ହୋଇଛନ୍ତି । ଏହିଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେକ୍ସନ୍ ଅଫିସର ଶୈଳବାଳା ମିଶ୍ର, ମୁଖ୍ୟବକ୍ତା ଭାବରେ ସମ୍ଭାଗ କାର୍ଯ୍ୟକର୍ତା ବିଭାଗପ୍ରଭାରୀ ଅଶୋକ କୁମାର ମୁଦୁଲି, ସମ୍ମାନିତ ଅତିଥି ଭାବେ ସମ୍ଭାଗ ଯୁବ ପ୍ରଭାରୀ ବିପିନ୍ ବିହାରୀ ସାହୁ, ଅଂଚଳ ସଭାପତି ହେମନ୍ତ କୁମାର ପଟ୍ଟନାୟକ,ଅଂଚଳ ମହିଳା ପ୍ରଭାରୀ ଲତାରାଣୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଖେଳର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଖେଳ ମାଧ୍ୟମରେସଂପର୍କ ଏବଂ ଗ୍ରାମାଂଚଳରେ ସମାଜକୁ ଏକତା ସୃଷ୍ଟି କରିବା ପାଇଁ କହିଥିଲେ । ଏକଲ ଅଭିଯାନର ପଂଚମୁଖୀ ଶିକ୍ଷା ସହିତ କ୍ରୀଡା କ୍ଷେତ୍ରରେ ଅବସରହେବା ପାଇଁ ସୁଯୋଗ ସୃଷ୍ଟି କରୁଛି ବୋଲି ଅତିଥିମାନେ କହିଥିଲେ । ସମ୍ଭାଗ ଖେଳକୁଦ ପ୍ରଶିକ୍ଷକ ଚିନ୍ତାମଣି ସାହୁ, ଗୌରଚନ୍ଦ୍ର ଜେନା, ଅନାଦି ଚରଣପ୍ରଧାନ, ସ୍ମୃତି ରଞ୍ଜନ ଶତପଥୀ, ଅକାରଣ ବେହେରା ଏବଂ ୧୦ଟି ସଂଚର ସଂଚ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ପୁରସ୍କାର ବିତରଣ କରାଯାଇଥିଲାା ଏହି କାର୍ଯ୍ୟକ୍ରମକୁ ସୁଧାକର ଲେଙ୍କା ସମସ୍ତ ସହଯୋଗ କରିଥିଲେ । ସଭାପତି ହେମ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ !